Pratidin TV

Odisha's Digital News Platform

ଭାରତ ପହଞ୍ଚିଲେ ମହମ୍ମଦ ମୁଇଜ୍ଜୁ ,କରିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ବିପାକ୍ଷୀକ ଆଲୋଚନା…

1 min read

ଭାରତ ପହଞ୍ଚିଲେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ । ମୁଇଜ୍ଜୁଙ୍କ ସହ ତାଙ୍କ ପତ୍ନୀ ସାଜିଦା ମହମ୍ମଦ ମଧ୍ୟ ଭାରତ ପରିଦର୍ଶନରେ ଆସିଛନ୍ତି । ସେ ଭାରତରେ ୫ ଦିନ ରହିବେ । ଏହି ଗସ୍ତ ସମୟରେ ରାଷ୍ଟ୍ରପତି ମୁଇଜ୍ଜୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ବ୍ୟତୀତ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବୈଠକ କରି ଆଲୋଚନା କରିବାର ସୂଚନା ମିଳିଛି  । ଏହା ପରେ ସେ ମୁମ୍ବାଇ ଏବଂ ବେଙ୍ଗାଲୁରୁରେ ବ୍ୟବସାୟିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

ଏହା ପରେ ସେ ମୁମ୍ବାଇ ଏବଂ ବେଙ୍ଗାଲୁରୁ ମଧ୍ୟ ଯିବେ, ଯେଉଁଠାରେ ସେ ବ୍ୟବସାୟିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ସୂଚନାଥାଉକି, ମାଲଦ୍ୱୀପ ହେଉଛି ଭାରତ ମହାସାଗର (IOR) ର ପ୍ରମୁଖ ସାମୁଦ୍ରିକ ପଡ଼ୋଶୀ । ଭାରତର ‘ପଡୋଶୀ ପ୍ରଥମ ନୀତି’ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ନିକଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ମାଲଦ୍ୱୀପ ଗସ୍ତ ପରେ ରାଷ୍ଟ୍ରପତି ଡ ମୁଇଜୁଙ୍କ ଭାରତ ଗସ୍ତ ମାଲଦ୍ୱୀପ ସହ ସମ୍ପର୍କକୁ ଭାରତର ଗୁରୁତ୍ୱ ଦେଉଛି ଏବଂ ଏହା ଲୋକମାନଙ୍କ ସହଯୋଗକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି।

Advertisement

Leave a Reply

Your email address will not be published. Required fields are marked *