Pratidin TV

Odisha's Digital News Platform

ଥିଲେ ଅଜୟ ହେଲେ ରିଙ୍କି , ସର୍ଜରୀ କରି ପୁଅରୁ ଝିଅ ହୋଇଗଲେ ଯୁବକ ..

1 min read

ଥିଲେ ଅଜୟ ସର୍ଜରୀ ପରେ ପାଲଟିଗଲେ ରିଙ୍କି । ଭଗବାନ ଦେହ ସିନା ପୁରୁଷ ର ଦେଇଥିଲେ ହେଲେ ପୁରୁଷ ଦେହ ଭିତରେ ଲୁଚି ରହିଥିଲା ନାରୀର ମନ । ଶେଷରେ ସବୁ ବାଧା ବିଘ୍ନକୁ ଏଡାଇ ଅଜୟ ରୁ ହୋଇଗଲେ ରିଙ୍କି । ଏବେ ସେ ସମ୍ପୂର୍ଣ୍ଣ ଝିଅ ପାଲଟିଯାଇଛନ୍ତି ଯାହାକୁ ଦେଖି ତାଙ୍କର ଖୁସି କହିଲେ ନସରେ । ଏ ହେଉଛନ୍ତି ବାଲେଶ୍ବର ଜିଲା ଜଳେଶ୍ବର ବ୍ଲକ ନମକାନା ଗ୍ରାମର ଅଜୟ ବାରିକ(୩୮)। ପାଠପଢା ଶେଷ ହେବା ପରେ କୋଲକାତାରେ ରହି ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ।

ତାଙ୍କ ଶରୀରରେ ନାରୀ ହରମୋନ ବଢିବା ଯୋଗୁଁ ଡାକ୍ତରଙ୍କ ପରାମର୍ଶ ନେଇ ସମ୍ପୂର୍ଣ୍ଣ ନାରୀ ହେବାକୁ ନିଷ୍ପତ୍ତି ନେଇଥିଲେ। 2022 ମସିହା ଡିସେମ୍ବର ମାସରେ ଦିଲ୍ଲୀ ସ୍ଥିତ ଓଲମେକ୍ ହସ୍ପିଟାଲର ଡାକ୍ତର ନରେନ୍ଦ୍ର କୌଶିକଙ୍କ ତତ୍ତ୍ବାବଧାନରେ ଅସ୍ତ୍ରୋପଚାର କରାଇ ଥିଲେ ଅଜୟ। ସମସ୍ତ ପରୀକ୍ଷା ନିରିକ୍ଷା ପରେ ବିଶେଷଜ୍ଞ ଡାକ୍ତରୀ ଟିମଙ୍କ ଦ୍ବାରା ଅନେକ ପ୍ରକାର ସର୍ଜରୀ କରାଯାଇଥିଲା । 6 ଲକ୍ଷ ଟଙ୍କା ଖର୍ଚ୍ଚ ହେବା ପରେ ସେ ଅଜୟ ବାରିକରୁ ରିଙ୍କି ବାରିକର ପରିଚୟ ପାଇ ଥିଲେ। ସବୁଠୁ ବଡ଼ କଥା ହେଉଛି ସମାଜରେ ନାରୀଙ୍କୁ ଅତ୍ୟାଚାର ଏବଂ କନ୍ୟାଭ୍ରୂଣ ହତ୍ୟାକୁ ରୋକିବା ସହ ଅବହେଳିତ ମହିଳାଙ୍କୁ ନ୍ୟାୟ ପାଇଁ ସେ ଏଭଳି ସେ ନିଜକୁ ପୁଅରୁ ଝିଅ କରିଥିବା କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *