ଡାକ୍ତରଖାନାରେ ପ୍ରସୂତିଙ୍କ ଛୁଆ ଗାୟବ , ପିଲା ଜନ୍ମ ହୋଇନଥିବା କହିଲେ କତ୍ତୃପକ୍ଷ ..
1 min readମାଲକାନାଗିରି : ଗର୍ଭବତୀ ହେଲେ , ପ୍ରତିମାସରେ ଏଏନଏମ ଙ୍କ ପାଖରେ ଚେକଅପ ମଧ୍ୟ କରାଗଲା । ପେଟରେ ଥିବା ଛୁଆ ଠିକଠାକ ଥିବା ର ପ୍ରତିଶୃତି ମଧ୍ୟ ପାଇଲେ । ଗର୍ଭ ଯନ୍ତ୍ରଣା ହେବାରୁ ଡାକ୍ତରଖାନା କୁ ଆସିଲେ । ସବୁ କିଛି ଠିକ ଅଛି ଆଉ ଟିକେ ସମୟ ପରେ ଡେଲିଭରି ହେବ ବୋଲି ଜାଣିଲେ । ମାତ୍ର କିଛି ଘଣ୍ଟା ପରେ ବଦଳିଗଲା ସବୁକିଛି । ଡାକ୍ତରଖାନା ତରଫରୁ ପେଟରେ ପିଲା ନାହିଁ ତମେ ମିଛ କହୁଛ କହି ମାଲକାନଗିରିକୁ ରେଫର କରିଦେଲେ ଡାକ୍ତରଖାନା କର୍ତୃପକ୍ଷ । ଏପରି ଘଟଣା ଦେଖିବାକୁ ମିଳିଛି ମାଥିଲି ବ୍ଳକ ବିରେନପାଲି ଗ୍ରାମରେ ।
ବିରେନପାଲି ଗ୍ରାମର କୌଶଲ୍ୟା ଭୂମିଆଁ ଗତ ବର୍ଷ ଜୁନ ମାସରେ ଗର୍ଭବତୀ ହୋଇଥିଲେ , ସ୍ବାସ୍ଥକର୍ମୀଙ୍କ ପାଖରେ ଚିକିତ୍ସା ମଧ୍ୟ କରାଇଥିଲେ । ଚଳିତ ମାସ ୧୬ ତାରିଖରେ ପ୍ରସବ ହେବାକୁ ଥିବା ବେଳେ ଗତକାଲି ପ୍ରସବ ଯନ୍ତ୍ରଣା ହେବାରୁ ଡାକ୍ତରଖାନା କୁ ଆସିଥିଲେ । କିଛି ସମୟ ପରେ ଡେଲିଭରି ହେବ କହିଥିଲେ ମେଡିକାଲ କର୍ତୃପକ୍ଷ । କିନ୍ତୁ ହୋସ ଆସିଲା ବେଳକୁ ଛୁଆ ନାହିଁ ପେଟରେ ଗ୍ୟାସ ଅଛି କହି ମୁମୁର୍ଶୁ ଅବସ୍ଥାରେ ମାଲକାନଗିରିକୁ ରେଫର କରିଦେଲେ । ଛୁଆକୁ ନପାଇ ପ୍ରସୂତିଙ୍କ ପରିବାର ଆଶାକର୍ମୀଙ୍କୁ ଜଣାଇଥିଲେ ମଧ୍ୟ ଗୋଟିଏ ଦିନ ବିତିବା ପରେ ଆଶାକର୍ମୀଙ୍କ ଦେଖା ନମିଳିବା ରୁ ସଂଦେହ ରେ ମାଥିଲିର ଜଣେ ସଂପର୍କୀୟଙ୍କ ପିଣ୍ଡା ରେ ଆଶ୍ରୟ ନେଇଛନ୍ତି ।
ଏ ସଂପର୍କରେ ମାଥିଲି ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ଚିକିତ୍ସାଧୀକାରୀଙ୍କ ସହ ଯୋଗାଯୋଗ କରିବାରେ ଅଭିଯୋଗ ସଂପୂର୍ଣ ଭିତ୍ତିହିନ । ମହିଳା ଜଣକ ମିଥ୍ୟା ଅଭିଯୋଗ ଆଣିଥିବା ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇଛନ୍ତି ।