Pratidin TV

Odisha's Digital News Platform

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ମିଳିଲା z+ ସୁରକ୍ଷା …

1 min read

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ମିଳିଲା ସ୍ୱତନ୍ତ୍ର ସୁରକ୍ଷା । ତାଙ୍କୁ ଗୃହମନ୍ତ୍ରଳାୟ ପାରାମିଲିଟାରୀ ଫୋର୍ସ ଦ୍ୱାରା z+ ସୁରକ୍ଷା ଦିଆଯାଇଛି । ଆଇବିର ଥ୍ରେଡ ପରସେପ୍ସନ ରିପୋର୍ଟ ଆଧାରରେ ସିଆରପିଏଫର ଏହି ଜେଡ ପ୍ଲସ ବର୍ଗର ସୁରକ୍ଷା ବ୍ୟବସ୍ଥା କଂଗ୍ରେସ ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇଛି । ସିଆରପିଏଫର ମୋଟ ୫୮ କମାଣ୍ଡୋ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ୨୪ ଘଣ୍ଟା ସୁରକ୍ଷା ଯୋଗାଇବ । କଂଗ୍ରେସ ଅଧ୍ୟକ୍ଷଙ୍କୁ ସାରା ଦେଶରେ ଜେଡ ପ୍ଲସ ସୁରକ୍ଷା ପ୍ରଦାନ କରାଯିବ ।

ଜେଡ ପ୍ଲସ ସୁରକ୍ଷାରେ ସାଧାରଣତଃ ୫୫ ଯବାନ ନିୟୋଜିତ ହୋଇଥାନ୍ତି , ଯେଉଁଥିରେ ନ୍ୟାଶନାଲ ସିକ୍ୟୁରିଟି ଗାର୍ଡର କମାଣ୍ଡୋ ଓ ପୋଲିସ ଯବାନ ସାମିଲ ହୋଇଥାଆନ୍ତି । ଏମାନଙ୍କୁ ସମସ୍ତ ପ୍ରକାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦାନ କରାଯାଇଥାଏ । ଟିମ୍‌ର ପ୍ରତ୍ୟେକ ସଦସ୍ୟ ମାର୍ଶଲ ଆର୍ଟ ଓ ଯୁଦ୍ଧ ଦକ୍ଷତା ଉପରେ ପାରଦର୍ଶୀ ଥାଆନ୍ତି । ତେବେ ଏହି ଜେଡ ପ୍ଲସ ସୁରକ୍ଷା କଭର ଯାହା ଭାରତ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଛି । ଯେଉଁମାନଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା ରହିଥାଏ ସେମାନଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଏ । ଜେଡ ପ୍ଲସ ସୁରକ୍ଷା ସାଧାରଣତଃ ଶୀର୍ଷ ରାଜନେତା , ଅମଲାତନ୍ତ୍ର ,ଏବଂ ଜନପ୍ରତିନିଧି ଓ ଉଚ୍ଚ ପ୍ରୋଫାଇଲ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯାଇଥାଏ ।

Advertisement

Leave a Reply

Your email address will not be published. Required fields are marked *