Pratidin TV

Odisha's Digital News Platform

ଗରରୀବଙ୍କୁ ମିଳିବ ପ୍ରତିମାସରେ ୫୦୦୦ ଟଙ୍କା….ଖଡ଼ଗେ କଲେ କଂଗ୍ରେସ ତରଫରୁ ଗ୍ୟାରେଣ୍ଟି….

1 min read

ଗରିବଙ୍କୁ ମିଳିବ ପ୍ରତି ମାସରେ ମିଳିବ ୫୦୦୦ ଟଙ୍କା | ଖଡ଼ଗେ କଲେ ଏମିତି କିଛି ପ୍ରତିଶ୍ରୁତି | ଆନ୍ଧ୍ରପ୍ରଦେଶ ଅନନ୍ତପୁରରେ ବିଶାଳ ଜନସଭା କରି ନିର୍ବାଚନୀ ଏମିତି କିଛି ପ୍ରତିଶ୍ରୁତି ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ | ଗରିବ ମାନଙ୍କ ପାଇଁ ଏପରି ଯୋଜନା ଆଣିଛନ୍ତି କଂଗ୍ରେସ ସରକାର | ଏବେ ଏହି ଯୋଜନଙ୍କୁ ନେଇ ଏବେ ଚର୍ଚ୍ଚାର ବିଷୟ ହୋଇଛି ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆନ୍ଧ୍ରପ୍ରଦେଶ ଅନନ୍ତପୁରରେ ବିଶାଳ ଜନସଭା କରି ନିର୍ବାଚନୀ ପ୍ରତିଶ୍ରୁତି ଦେଇ କହିଛନ୍ତି, ଦଳ ସତ୍ତାକୁ ଆସିଲେ ଆନ୍ଧ୍ରର ଗରିବ ପରିବାରକୁ ପ୍ରତି ମାସରେ ୫୦୦୦ ଟଙ୍କାର ସହାୟତା ରାଶି ଦିଆହେବ। ଏହି ଯୋଜନାର ନାଁ ‘ଇନ୍ଦିରାମ୍ମା ୟୁନିଭର୍ସାଲ ବେସିକ ଇନକମ୍’ । ଏହି ଅର୍ଥ ସିଧା ହିତାଧିକାରୀ ମହିଳାଙ୍କ ଆକାଉଣ୍ଟକୁ ଯିବ ।

Advertisement

ମଲ୍ଲିକାର୍ଜୁନ ଖଡଗେ ଆହୁରି ମଧ୍ୟ କହିଛନ୍ତି, ଯଦି କଂଗ୍ରେସ ସତ୍ତାକୁ ଆସେ ତେବେ ଆନ୍ଧ୍ରପ୍ରଦେଶରେ କଡପ୍ପାରେ ଦୁଗାରାଜପଟନମ୍ ବନ୍ଦର ଓ ଏକ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନିଶ୍ଚିତ ହେବ । ଖଡଗେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, କଂଗ୍ରେସର ଗ୍ୟାରେଣ୍ଟି ବିଜେପିର ଗ୍ୟାରେଣ୍ଟି ଭଳି ନୁହେଁ ।କଂଗ୍ରେସ ଯାହା କୁହେ ତାହା କରେ | ତାକୁ କାର୍ଯ୍ୟରେ ପରିଣତ କରିବାର ସକ୍ଷମ ରଖୁଛି | ବିଜେପି କରିଥିବା ପ୍ରତିଶ୍ରୁତୁ ୨ କୋଟି କର୍ମ ନିଯୁକ୍ତି ସହ ପ୍ରତି ଭାରତୀୟଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରିବା ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ |

Leave a Reply

Your email address will not be published. Required fields are marked *