Pratidin TV

Odisha's Digital News Platform

ସନ୍ଦୀପ ଘୋଷଙ୍କୁ ଚିଠି ଲେଖିଲେ ମମତା , ସୋସିଆଲ ମିଡିଆରେ ହେଉଛି ଭାଇରଲ ..

1 min read

କୋଲକାତା ଆରଜି କର ମେଡ଼ିକାଲ କଲେଜ ସେହି ବିଭତ୍ସ ଘଟଣାରେ ଆଇନ ଜାଲରେ ଛନ୍ଦି ହୋଇଛନ୍ତି ଏକ୍ସ ପ୍ରିନ୍ସିପାଲ ସନ୍ଦୀପ ଘୋଷ ।  ହସ୍ପିଟାଲର ସେମିନାର ରୁମରୁ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ ମିଳିବା ଦିନ ଠାରୁ ସନ୍ଦୀପ ବିବାଦରେ ରହିଛନ୍ତି। ସିବିଆଇ ତାଙ୍କୁ ମାରାଥନ ଜେରା କରିବାରେ ଲାଗିଛି। ଏବେ ସିବିଆଇ ତାଙ୍କ ନାଁରେ ଆର୍ଥିକ ଅନିୟମିତତା ମାମଲା ରୁଜୁ କରିଛି। ତାଙ୍କ କାର୍ଯ୍ୟକାଳ ସମୟରେ ହସ୍ପିଟାଲରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ସିବିଆଇ ଜାଣିବାକୁ ପାଇଛି। ଏହାସହିତ ଏକ୍ସ ପ୍ରିନ୍ସିପାଲ ଙ୍କ କଳା କାରନାମା ସାମ୍ନାକୁ ଆସିଛି  ।

ତେବେ  ଏହି ସମୟରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଏକ ସ୍ବତନ୍ତ୍ର ଚିଠି ଭାଇରାଲ ହୋଇଛି ଯେଉଁଥିରେ ମମତା ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ମମତା ଚିଠିରେ ଲେଖିଛନ୍ତି, ପ୍ରିୟ ପ୍ରଫେସର ଘୋଷ, ଆପଣଙ୍କ ଜନ୍ମଦିନରେ ମୋର ଅଭିବାଦନ ଗ୍ରହଣ କର। ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେଉ। ଆପଣଙ୍କ ଜୀବନ ସୁଖମୟ ହେଉ। ଆପଣ ସୁସ୍ଥ, ଖୁସି ରୁହନ୍ତୁ ଏବଂ ଜୀବନରେ ସଫଳତା ହାସଲ କରନ୍ତୁ। ସୂଚନାଥାଉ କି, ମମତାଙ୍କ ଏହି ଚିଠି ୨୦୨୨ ମସିହାରେ ଲେଖିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଏବେ ମମତା ଙ୍କୁ ସମସ୍ତେ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି ।

Advertisement

Leave a Reply

Your email address will not be published. Required fields are marked *