Pratidin TV

Odisha's Digital News Platform

ମମତା ବାନାର୍ଜିଙ୍କୁ ଲାଗିଲା ଆଘାତ , ପଛପଟୁ କେହି ଠେଲି ଦେଇଥିଲେ ମୁଖ୍ୟମନ୍ତ୍ରୀଙ୍କୁ ..

1 min read

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ନେଇ ଆସୁଛି ଚାଞ୍ଚଲ୍ୟକର ଖବର । ତାଙ୍କୁ କେହି ପଛରୁ ଠେଲି ଦେଇଥିବା ଜଣାପଡିଛି । ଯେଉଁଥିପାଇଁ ସେ ତଳେ ପଡ଼ିଯାଇ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଆଘାତ ଲାଗିବା କାରଣରୁ ମମତାଙ୍କ ମୁଣ୍ଡରେ ଚାରିଟା ଷ୍ଟିଜ୍ ପଡିଛି । ଏହା ବ୍ୟତୀତ ଏସଏସକେଏମ ହସ୍ପିଟାଲର ନିର୍ଦ୍ଦେଶକ ମଣିମୟ ବନ୍ଦୋପାଧ୍ୟାୟ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ସମାନ ସୂଚନା ଦେଇଛନ୍ତି । ଗତକାଲି ସନ୍ଧ୍ୟାରେ ମମତା ଘରେ ବୁଲୁଥିବା ସମୟରେ ପଡି ଆହାତ ହୋଇଥିଲେ ।

ହେଲେ ଏବେ ଘଟଣାକୁ ନେଇ ଏକ ନୂତନ ତଥ୍ୟ ସା୍‌ନାକୁ ଆସିଛି । ତାଙ୍କୁ କେହି ଠେଲି ଦେଇଥବା କୁହାଯାଉଛି । ବର୍ତ୍ତମାନ ଏହି ଘଟଣା ପୋଲିସ ମୁଖ୍ୟାଳୟ ଲାଲବାଜର ପକ୍ଷରୁ ଅନୁସନ୍ଧାନ କରାଯିବ । ଅଧିକାରୀଙ୍କ ଟିମ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଘରକୁ ଯାଞ୍ଚ ପାଇଁ ଯିବେ । ମୁଖ୍ୟମନ୍ତ୍ରୀଙ୍କୁ ଜେଡ ପ୍ଲସ ବର୍ଗର ସୁରକ୍ଷା ଯୋଗାଇ ଦିଆଯାଇଛି ଏବଂ ଏପରି ପରିସ୍ଥିତିରେ ତାଙ୍କୁ ଶୋଇବା ଘର ଭିତରୁ କିପରି ଠେଲି ଦିଆଯାଇଥିଲା ତାହା ଅନୁସନ୍ଧାନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଶୟନ କକ୍ଷକୁ ପରିଦର୍ଶକଙ୍କ ତାଲିକା ପ୍ରସ୍ତୁତ କରାଯାଉଛି ।

Advertisement

Leave a Reply

Your email address will not be published. Required fields are marked *