Pratidin TV

Odisha's Digital News Platform

ପୁଣି ଥରେ ଆହାତ ହେଲେ ମମତା , ହେଲିକେପ୍ଟର ଚଢ଼ିବା ବେଳେ ଖସିଲା ଗୋଡ଼..

1 min read

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ଆହତ ହୋଇଛନ୍ତି । ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ଗୋଡ ଖସିଯିବା ଯୋଗୁ ସେ ପଡିଯାଇଥିଲେ । ଏଥିରେ ସେ ଆହତ ହୋଇଥିବା ସୂଚନାମିଳିଛି । ଏହାପୂର୍ବରୁ ସେ ଘରେ ପଡ଼ିଯିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଥିଲା । ତାଙ୍କ ମୁଣ୍ଡରେ ମଧ୍ୟ ଗଭୀର କ୍ଷତ ହୋଇଥିଲା ।

ଯେଉଁଥିପାଇଁ ଡାକ୍ତର ତାଙ୍କ ମୁଣ୍ଡରେ ବ୍ୟାଣ୍ଡେଜ କରିଥିଲେ । ସୂଚନାରୁ ପ୍ରକାଶ ଯେ, ମମତା ଦୁର୍ଗାପୁରରୁ ଆସନସୋଲ ଯାଉଥିଲେ । ସେଠାରେ ସେ ଟିଏମ୍‌ସି ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କ ସମର୍ଥନରେ ଏକ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା । ହେଲେ ମମତା ଯେତେବେଳେ ହେଲିକପ୍ଟର ଭିତରକୁ ଯାଉଥିଲେ ସେତେବେଳେ ଭାରସ୍ୟାମ ହରାଇ ତଳେ ପଡିଯାଇଥିଲେ । ଫଳରେ ତାଙ୍କ ପାଦରେ ଆଘାତ ଲାଗିଛି ।

Advertisement

Leave a Reply

Your email address will not be published. Required fields are marked *