Pratidin TV

Odisha's Digital News Platform

ଡାକ୍ତରଙ୍କୁ ଭେଟିଲେ ମମତା ବାନାର୍ଜୀ, କହିଲେ ମୁଁ ରାତିରେ ଶୋଇପାରୁନାହିଁ ..

1 min read

ଶେଷରେ  ୩୫ ଦିନ ପରେ ମୁଣ୍ଡ ନୁଆଁଇଲେ ମମତା । ମହିଳା ଡାକ୍ତରଙ୍କ ନ୍ୟାୟ ଦାବିରେ ଅଡ଼ି ବସିଥିବା ଆନ୍ଦୋଳନରତ ଜୁନିୟର ଡାକ୍ତରଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଡାକ୍ତରଙ୍କୁ ଭେଟି କାମକୁ ଫେରିବା ପାଇଁ ମନାଇବା ପାଇଁ ଏକ ଭାବପ୍ରବଣ ପଦକ୍ଷେପ ମଧ୍ୟ ନେଇଥିଲେ ମମତା ବାନାର୍ଜୀ  । ଆନ୍ଦୋଳନସ୍ଥଳ ପରିଦର୍ଶନ କରି ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ମମତା । ଏହି ସମୟରେ ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି, “ମୁଁ ଏଠାକୁ ଆପମାଣଙ୍କ ‘ଦିଦି’ ଭାବରେ ଆସିଛି, ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ।ମୋର ଛାତ୍ର ଜୀବନରେ ମୁଁ ବହୁତ ଆନ୍ଦୋଳନ ମଧ୍ୟ କରିଛି। ମୁଁ ଆପଣମାନଙ୍କର ସୁରକ୍ଷା ପାଇଁ ଚିନ୍ତିତ।

ମୋ ପଦବୀ ବଡ଼ ନୁହେଁ। ଲୋକଙ୍କ ପଦ ସବୁଠୁ ଉପରେ। ଗତକାଲି ପ୍ରବଳ ବର୍ଷାରେ ବି ଆପଣମାନେ ଏଠାରେ ବିରୋଧ ପ୍ରଦର୍ଶନ ଜାରି ରଖିଥିଲେ, ସେଥିପାଇଁ ମୁଁ କାଲି ରାତିସାରା ଶୋଇନାହିଁ। ମୁଁ ଏଠାକୁ କହିବାକୁ ଆସିଛି ଯେ ଦୟାକରି ଏପରି କରନ୍ତୁ ନାହିଁ। ଆପଣମାନଙ୍କ ସମସ୍ତ ଦାବି ପୂରଣ କରିବାକୁ ମୁଁ ପ୍ରତିଶୃତି ଦେଉଛି।”ଯଦି ଆପଣ ଲୋକମାନେ କାମକୁ ଫେରିଯାଆନ୍ତି, ମୁଁ ପ୍ରତିଜ୍ଞା କରୁଛି ଯେ ଆପଣଙ୍କର ସମସ୍ତ ଦାବି ମାନିନେବି। ଦୋଷୀଙ୍କୁ ଦଣ୍ଡ ଦିଆଯିବ। ମୁଁ ସିବିଆଇରୁ ଫାଶୀଦଣ୍ଡ ଦାବି କରୁଛି। ଅଗଷ୍ଟ ୯, ୨୦୨୪ରେ ପଶ୍ଚିମବଙ୍ଗର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ସେମିନାର ହଲରେ ଜଣେ ମହିଳା ତାଲିମପ୍ରାପ୍ତ ଡାକ୍ତରଙ୍କ ମୃତଦେହ ମିଳିଥିଲା। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଯାହାପରେ ମହିଳା ଡାକ୍ତରଙ୍କୁ ନ୍ୟାୟ ଦାବି କରି ଆନ୍ଦୋଳନ କରୁଛନ୍ତି ।

Leave a Reply

Your email address will not be published. Required fields are marked *