Pratidin TV

Odisha's Digital News Platform

ମମତାଙ୍କ ବଡ଼ ସୂଚନା:୧୦ ଦିନ ମଧ୍ୟରେ ଦୋଷୀଙ୍କୁ ଦିଆଯିବ ଫାଶୀ..

1 min read

କୋଲକତା ଆର.ଜି କର ମେଡିକାଲ ଭିତରେ ଘଟିଥିବା ସେ ହି ବିଭତ୍ସ ଘଟଣାକୁ ନେଇ ଏବେ ସାରା ଦେଶରେ ପ୍ରତିବାଦର ନିଆଁ ଜଳୁଛି । ପୀଡ଼ିତାଙ୍କୁ ନ୍ୟାୟ ଦେବାପାଇଁ ଚାରିଆଡେ ଆନ୍ଦୋଳନ ହେଉଛି । ତେବେ ଏହାରି ମଧ୍ୟରେ ଶାସକ ଟିଏମସି  ଟାର୍ଗେଟ କରୁଛି ବିରୋଧୀ ବିଜେପି । ଏସବୁ ଭିତରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଆସନ୍ତା ସପ୍ତାହରେ ଆମେ ବିଧାନସଭା ଅଧିବେଶନ ଡାକିବୁ ଏବଂ ଏହି ଘଟଣା ଘଟାଇଥିବା ସେହି ସୈତାନକୁ ମୃତ୍ୟୁଦଣ୍ଡ ନିଶ୍ଚିତ କରିବାକୁ ୧୦ ଦିନ ମଧ୍ୟରେ ଏକ ବିଲ ପାରିତ କରିବୁ। ଆମେ ଏହି ବିଲ ରାଜ୍ୟପାଳଙ୍କ ନିକଟକୁ ପଠାଇବୁ। ଯଦି ସେ ଏହାକୁ ଅନୁମୋଦନ ନ କରନ୍ତି, ତେବେ ଆମେ ରାଜ ଭବନ ବାହାରେ ଏକ ବିରୋଧ ପ୍ରଦର୍ଶନ କରିବୁ।

ମମତା ବାନାର୍ଜୀଙ୍କ ଏହି ବୟାନ ଶୁଣିବା ପରେ ଭାଜପା ଟାର୍ଗେଟ୍‌ କରିଛି। ଭାଜପା ନେତା ତଥା ସୋସିଆଲ ମିଡିଆ ପ୍ରଭାରୀ ଅମିତ ମାଲଭିଆ ପ୍ରଶ୍ନ କରିଛନ୍ତି , ମମତା ବାନାର୍ଜୀ ଏହି ବିଲ ପାସ ହେବାର ୧୦ ଦିନ ମଧ୍ୟରେ ଶେଖ ଶାହାଜାହାନଙ୍କୁ ଫାଶୀ ଦେବାକୁ ସହମତ ହେବେ? ଯଦି ନୁହେଁ, ତେବେ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ମହିଳାଙ୍କ ଘଟିଥିବା ଏହି ଘଟଣା  ପରେ ଉତ୍ତେଜିତ ଭାବର ଲାଭ ଉଠାଇବା ଏହା ଅନ୍ୟ ଏକ ଡ୍ରାମା। ଆମେ ଭୁଲିଯିବା ଉଚିତ ନୁହେଁ ଯେ ମମତା ବାନାର୍ଜୀ ମାସେ ଧରି ଶେଖ ଶାହାଜାହାନ ଏବଂ ସାନ୍ଦେଶଖାଲୀଙ୍କ ଉପରେ କୌଣସି ପଦକ୍ଷେପ ନେଇ ନଥିଲେ।

Advertisement

ଅମିତ ମାଲଭିଆ କହିଛନ୍ତି, ପଶ୍ଚିମବଙ୍ଗ ବିଧାନସଭାରେ ମମତା ଅଭିଯୁକ୍ତ ଶାହାଜାହାନଙ୍କୁ ରକ୍ଷା କରିଥିଲେ ଏବଂ ପୀଡିତାଙ୍କୁ ପ୍ରଚାରକ ବୋଲି କହିଥିଲେ। ବଳାତ୍କାର ଓ ହତ୍ୟା ଅଭିଯୋଗରେ ମମତା ବାନାର୍ଜୀ ହେଉଛନ୍ତି ସବୁଠାରୁ ବଡ ସମର୍ଥକ। ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ଦୁର୍ନୀତି ପଛରେ ଥିବା ଅପରାଧୀଙ୍କୁ ଉଦ୍ଧାର କରିବା ପାଇଁ ସେ ସୀମା ଅତିକ୍ରମ କଲେ ଆମେ ସମସ୍ତେ ଦେଖିଛୁ।

Leave a Reply

Your email address will not be published. Required fields are marked *