ମମତା ଦିଦିଙ୍କ ଅଡୁଆ ବଢ଼ିଲା, ହାଇକୋର୍ଟର ଦ୍ୱାରସ୍ତ ହେଲେ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ
1 min readପଶ୍ଚିମବଙ୍ଗରେ ଜାରି ରହିଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବନାମ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ଲଢେଇ | ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ଶୁକ୍ରବାର କୋଲକାତା ହାଇକୋର୍ଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ଫଳରେ ମମତା ବାନାର୍ଜୀଙ୍କ ଅଡୁଆ ବଢ଼ିଛି।
ସୂଚନା ଅନୁଯାୟୀ, ୨ ଦିନ ପୂର୍ବରୁ ମମତା କହିଥିଲେ, ରାଜ ଭବନରେ ଘଟିଥିବା ଘଟଣା ଯୋଗୁ ମହିଳାମାନେ ସେଠାକୁ ଯିବାକୁ ଭୟ କରୁଛନ୍ତି ବୋଲି ତାଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ରାଜ୍ୟପାଳ ମାନହାନି ମାମଲା ହାଇକୋର୍ଟରେ ଦାୟର କରିଛନ୍ତି।
ଗୁରୁବାର ଦିନ ସଚିବାଳୟରେ କ ପ୍ରଶାସନିକ ବୈଠକ ହୋଇଥିଲା | ଯେଉଁଥିରେ ମମତା ବାନାର୍ଜୀ ଯୋଗଦେଇଥିଲେ | ବୈଠକରେ ମମତା ବାନାର୍ଜୀ ଦାବି କରିଛନ୍ତି, ମେ’ ୨ ତାରିଖରେ ରାଜଭବନର ଜଣେ ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ରାଜ୍ୟପାଳ ସିବି ଆନନ୍ଦ ବୋଷଙ୍କ ବିରୋଧରେ ଅସଦାଚରଣ କରିଥିବା ଅଭିଯୋଗ ଆଣିଥିଲେ। ଏହି ସମ୍ପ୍ରତି ଘଟଣା ହେତୁ ମହିଳାମାନେ ରାଜ ଭବନକୁ ଯିବାକୁ ଭୟ କରୁଛନ୍ତି ବୋଲି ମହିଳାମାନେ ତାଙ୍କ ନିକଟରେ ଅଭିଯୋଗ କରିଛନ୍ତି।