Pratidin TV

Odisha's Digital News Platform

ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ: କହିଲେ ଯଦି ବେଙ୍ଗଲରେ ନିଆଁ ଲାଗେ ତେବେ ସମଗ୍ର ପୂର୍ବୋତ୍ତର ଜଳିବ’..

1 min read

କୋଲକାତା ଲଜ୍ଜା ଘଟଣାକୁ ନେଇ  ଏବେ ସମଗ୍ର ଦେଶ ରେ  ଆକ୍ରୋଶର ନିଆଁରେ ଜଳୁଛି । ଚାରିଆଡ଼େ ପୀଡ଼ିତାଙ୍କୁ ନ୍ୟାୟଦେବାକୁ ଆନ୍ଦୋଳନ ଚାଲିଛି  । ତେବେ ଏହିଘଟଣାରେ  ବିଜେପି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ  ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛି । ଏହି ସମୟରେ ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ, ଟିଏମସି ଅଗଷ୍ଟ ୩୧ରେ ରାଜ୍ୟର ପ୍ରତିଟି ବ୍ଲକରେ ପ୍ରଦର୍ଶନ କରିବ । ତେବେ ଏହି ସମୟରେ ସାମ୍ନାକୁ ଆସିଛି ମମତାଙ୍କ ବୟାନ  ।  ମମତା କହିଛନ୍ତି ଯେ, ବେଙ୍ଗଲରେ ନିଆଁ ଲଗାଇବାକୁ ଯଦି ଚେଷ୍ଟା କରିବେ ତେବେ, ସବୁ ଯାଗାରେ ନିଆଁ ଲାଗିବ ।  କିଛି ଲୋକଙ୍କୁ ଲାଗୁଛି କି ଏହା ବାଂଲାଦେଶ । ମୋତେ ବାଂଲାଦେଶ ପସନ୍ଦ । ସେଠାକାର ଲୋକ ଆମ ଭଳି କଥାବାର୍ତ୍ତା କରନ୍ତି । ବାଂଲାଦେଶ ଏବଂ ବେଙ୍ଗଲର ସଂସ୍କୃତି ସମାନ ।

ମୋଦୀ ବାବୁ ଆପଣ ଆପଣଙ୍କ ପାର୍ଟିକୁ କହି ଯେଉଁ ନିଆଁ ଲଗାଉଛନ୍ତି, ମନେ ରଖନ୍ତୁ ଯଦି ବେଙ୍ଗଲରେ ନିଆଁ ଲାଗେ ତେବେ ଆସାମ ମଧ୍ୟ ଚୁପ୍ ବସିବ ନାହିଁ । ପୂର୍ବୋତର ରାଜ୍ୟ ମଧ୍ୟ ଶାନ୍ତିରେ ରହିବ ନାହିଁ । ନା ଉତ୍ତରପ୍ରଦେଶ, ନା ବିହାର, ନା ଓଡିଶା ଶାନ୍ତିର ରହିବ । ଦିଲ୍ଲୀ ମଧ୍ୟ ଶାନ୍ତିରେ ବସି ପାରିବ ନାହିଁ । ସେମାନେ ତୁମର ଆସନ ଦୋହଲାଇବେ । ମମତା ଙ୍କ ଏପରି ବୟାନ ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ପ୍ରତିକ୍ରିୟା ଦେଇଛନ୍ତି । ସେ X ରେ ପୋଷ୍ଟ କରି କହିଛନ୍ତି ଯେ, “ଦିଦି, ତୁମେ ଆସାମକୁ ଧମକ ଦେବାରେ କିପରି ସାହସ କରୁଛ ? ଆମକୁ ନାଲି ଆଖି ଦେଖାନ୍ତୁ ନାହିଁ । ତୁମର ବିଫଳତା ରାଜନୀତିରେ ଭାରତକୁ ଜାଳିବାକୁ ଚେଷ୍ଟା କର ନାହିଁ । ବିଭାଜନକାରୀ ଭାଷା କହିବା ତୁମ ପାଇଁ ଠିକ୍ ନୁହେଁ।”

Advertisement

Leave a Reply

Your email address will not be published. Required fields are marked *