Pratidin TV

Odisha's Digital News Platform

ମୁଖ୍ୟମନ୍ତ୍ରୀ ଗାଦି ଛାଡିବେ ମମତା ; ସମ୍ଭାଳି ପାରୁନାହାନ୍ତି ପଶ୍ଚିମବଙ୍ଗ , ବିଗିଡିଲାଣି ସ୍ଥିତି …

1 min read

କୋଲକାତା ଲଜ୍ଜା ପରେ ହରଡ଼ ଘଣାରେ ମମତା । ଭୁଶୁଡୁଛି ଗଡ଼ ଆଉ ମମତାଙ୍କ ଆସନ ଟଳମଳ । ଗାଦିକୁ ନେଇ ଚିନ୍ତାରେ ଏବେ ମମତା, ଚାଲିଯିବକିମୁଖ୍ୟମନ୍ତ୍ରୀ ପଦ?

କୋଲକାତା ଲଜ୍ଜା ପରେଏବେ ପଶ୍ଚିମବଙ୍ଗର ସାହିସାହି ଆଉ ଗଳି କନ୍ଦିରେ ଶୁଭୁଛି ସରକାର ବିରୋଧୀ ସ୍ୱର। ଲୋକେ ଦେଉଛନ୍ତି ନାରା ଆଉ କରୁଛନ୍ତି ହଙ୍ଗାମା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ତେଜୁଛି ଆନ୍ଦୋଳନ।ଖାଲି ରାସ୍ତାଘାଟ ନୁହେଁ କୋଲକାତାର ଘରେ ଘରେ ଏବେ ହେଲାଣି ପ୍ରତିବାଦ। ନିଆଁଭଳି ମାଡି ଚାଲିଛି କୋଲକାତା ମହିଳା ଡାକ୍ତରଙ୍କ ଦୁଷ୍କର୍ମଏବଂହତ୍ୟାର ପ୍ରତିବାଦ। ରାଜ୍ୟରେ ୪୦୦ରୁ ଅଧିକ ସ୍ଥାନରେ ଜନତା କରୁଛନ୍ତି ଆନ୍ଦୋଳନ ଏବଂଜୋରଦାର ବିକ୍ଷୋଭ।କୋଲକାତାରେ ଅଭୟାକାଣ୍ଡକୁ ନେଇ ଜୋରଦାର ପ୍ରତିବାଦ ଭିତରେ, ଉଗ୍ରରୂପ ନେଲାଣି ମମତା ସରକାର ବିରୋଧୀ ସ୍ୱର।ବଢିଲାଣି ଦିଦିଙ୍କ ଉପରେ ଇସ୍ତଫାଚାପ। ନାରଦା-ସାରଦା ସ୍କାମଠାରୁ ଆରମ୍ଭ କରିକୋଲକାତା ଲଜ୍ଜା ପର୍ଯ୍ୟନ୍ତ ସବୁକୁ ନେଇ ଏବେ ଚିନ୍ତାରେ ମମତା।ବର୍ତ୍ତମାନ ବଡ଼ ହରଡ ଘଣାରେ ପଡିଛନ୍ତି ଦିଦି।ଆଉ ଏବେ ତାଙ୍କ ସାମ୍ନାରେ ନିଜ ରାଜନୈତିକ କ୍ୟାରିଅରର ସବୁଠୁବଡ଼ ଚ୍ୟାଲେଞ୍ଜ ଦିନ ଚାଲିଛି।କଣ କରିବେ ମମତା? ଦୀର୍ଘବର୍ଷ ଧରି ପଶ୍ଚିମବଙ୍ଗରେ ଯେଉଁ ସାମ୍ରାଜ୍ୟ ଚଳାଇ ଆସୁଥିଲେ ସେଥିରେ ପୂର୍ଣ୍ଣଚ୍ଛେଦ ପଡି ଯିବକି? ଅଭୟାକାଣ୍ଡର ନିଆଁରେ ପୋଡ଼ି ପାଉଁଶ ହୋଇ ଯିବକି ପଶ୍ଚିମବଙ୍ଗର ମମତା ସରକାର ? ଏଭଳି ଅନେକ ପ୍ରଶ୍ନ ମତାଙ୍କୁ ଘେରି ରହିଛି।

ମା ମାଟି ଜନତାଙ୍କ ନାଁନେଇ ଯେଉଁ ରାଜନୀତି କରି ଆସୁଥିଲେ ମମତା ଏବେ ତାଙ୍କ ପାଇଁ ଅଡୁଆ ସୂତା ପାଲଟିଛି ମହିଳା ଡାକ୍ତରଙ୍କ ହତ୍ୟା ଘଟଣା। ଆଉ ମହଙ୍ଗା ପଡିଲାଣି ଘଟଣାକୁ ଚପାଇବାର ଉଦ୍ୟମ।ବିଶେଷ କରି ଆରଜିକର ହସ୍ପିଟାଲର ଥିବା ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ସୁରକ୍ଷା ଦେବା । ଯେଉଁଭଳି ଭାବେ ଏକ୍ସ ପ୍ରିନ୍ସପାଲଙ୍କ ହଠାତ ଇସ୍ତଫା ଦେବା ପରେ କିଛି ଘଣ୍ଟା ଭିତରେ ଅନ୍ୟତ୍ର ପୋଷ୍ଟିଂକରିବା ତାକୁନେଇ ଅଡୁଆରେ ମମତା ସରକାର। ଦୋଷୀକୁ ସୁରକ୍ଷା ଦେଇ ଏବେ ନିଜେ ଫସିଛନ୍ତି ମମତା।ତେବେ କିଭଳି ମମତା ନିଜ ଗଡକୁ ସମ୍ଭାଳିବେ କି ଗାଦି ଛାଡିବେ ତାଉପରେ ଏବେ ସାରା ଦେଶର ରହିଛି ନଜର।

Leave a Reply

Your email address will not be published. Required fields are marked *