Pratidin TV

Odisha's Digital News Platform

ମମତାଙ୍କ ପ୍ଲାନକୁ ଫେଲ୍ କରିଦେଲେ ଜୁନିୟର ଡାକ୍ତର , ବୈଠକରେ ଦାବିକଲେ ସିଧାପ୍ରସାରଣ !

କୋଲକାତା କୁକର୍ମ ଏବଂ ଲଜ୍ଜ୍ୟା ଘଟଣାକୁ ୩୭ ଦିନ ପୁରୁଥିବା ବେଳେ ଆନ୍ଦୋଳନରୁ ଓହରିନାହନ୍ତି ଡାକ୍ତର ଦଳ । ମୃତ ଡାକ୍ତର ମୌମିତାଙ୍କୁ ନ୍ୟାୟ ଦେବା ପାଇଁ ସରକାର ବିରୁଦ୍ଧରେ ତେଜିଛନ୍ତି ଡାକ୍ତର ସଂଘ । ଏଭଳି କ୍ଷେତ୍ରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ସେମାନଙ୍କ ସହ ଆଲୋଚନା କରିବାକୁ ନିଜ ବାସଭବନକୁ ଡାକ୍ତରମାନଙ୍କୁ ଡାକିଥିବା ବେଳେ ଆଜିବି ଆସିନଥିଲେ ଜୁନିୟର ଡାକ୍ତରମାନେ । ସେମାନେ ପୁଣିଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅପେକ୍ଷା କରାଇଛନ୍ତି ।

ଆଜି ମମତାଙ୍କ ବାସଭବନରେ ଆଲୋଚନା ପାଇଁ ଜୁନିୟର ଡାକ୍ତରୀ ଦଳର ଗୋଟିଏ ଟିମ ଆସିଥିଲା। ସେମାନେ ବାସଭବନ ଯାଏ ଆସିଥିବା ବେଳେ ସେମାନଙ୍କୁ ଭିତରକୁ ନେବା ପାଇଁ ନିଜେ ମମତା ଦୂଆର ମୁହଁ ଯାଏ ଆସିଥିଲେ।କିନ୍ତୁ ଡାକ୍ତରମାନେ ସେହି ଆଲୋଚନାର ଲାଇଭ ଷ୍ଟ୍ରିମିଂ ପାଇଁ ଦାବି କରିଥିଲେ । ଯାହାକୁ ମମତା ସିଧା ନା କହିଥିବାରୁ ଡାକ୍ତରଦଳ ବାହରୁ ହିଁ ଫେରିଯାଇଥିଲେ । ଆଉ ମମତା ବାସଭବନରେ ସେମାନଙ୍କୁ ଅପେକ୍ଷା କରି ଛିଡ଼ା ହୋଇଥିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ସେହିଭଳି ଆଜି ମମତା ଆନ୍ଦୋଳନ ସ୍ଥଳରେ ପହଞ୍ଚି ଡାକ୍ତରମାନଙ୍କୁ ବୁଝାଇଥିଲେ। ଏଥିସହ ସେମାନଙ୍କୁ ବୈଠକ ପାଇଁ ଡାକିଥିଲେ। ଜଣେ ମୁଖ୍ୟମନ୍ତ୍ରୀଙ୍କ ଏପରି ଆଭିମୁଖ୍ୟକୁ ଆନ୍ଦୋଳନକାରୀ ସ୍ୱାଗତ କରିବା ସହ ବୈଠକରେ ସାମିଲ ହେବାକୁ ରାଜି ହୋଇଥିଲେ। ଏହିକ୍ରମରେ ଆଜି ଢୁଢୁ ବର୍ଷା ସତ୍ତ୍ୱେ ଡାକ୍ତରମାନଙ୍କ ଗୋଟିଏ ପ୍ରତିନିଧି ଦଳ ବସ୍ ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ପହଞ୍ଚିଥିଲା। କିନ୍ତୁ ବୈଠକ ବେଳେ ଡାକ୍ତରଦଳ ଲାଇଭଷ୍ଟ୍ରମିଂ ବା ସେ ସମୟର ଆଲୋଚନାକୁ ସିଧାପ୍ରସାରଣ କରିବାକୁ ଦାବି କରିଥିଲେ । ଯାହାକୁ ମମତା ଗ୍ରହଣ କରିନଥିଲେ ତେଣୁ ଆଜିର ବୈଠକ ହୋଇପାରିନାହିଁ ।

Leave a Reply

Your email address will not be published. Required fields are marked *