Pratidin TV

Odisha's Digital News Platform

ପ୍ରିୟଙ୍କା ଚୋପ୍ରାଙ୍କ ବୋଲ୍ଡ ଲୁକ୍ ଦେଖି ପାଗଳ ହେଲେ ଫ୍ୟାନ୍ସ..

1 min read

ମୁମ୍ବାଇ : ବଲିଉଡରୁ ନେଇ ହଲିଉଡ ସବୁଠି ନିଜର ଦମଦାର ଅଭିନୟ ସାଙ୍ଗକୁ ଷ୍ଟାଇଲିସ ଲୁକ ପାଇଁ ଚର୍ଚ୍ଚାରେ ରହିଥାନ୍ତି ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା । ତେବେ ପୁଣି ଥରେ ଏବେ ସୋସିଆଲ ମିଡିଆରେ ଛାଇ ରହିଛନ୍ତି ପ୍ରିୟଙ୍କା । ଏକ ଫିଲ୍ମ ମହୋତ୍ସବରେ ଯୋଗ ଦେବାକୁ ଭାରତ ଆସିଛନ୍ତି ପ୍ରିୟଙ୍କାଚୋପ୍ରା । ଆଉ ଆସୁ ଆସୁ ନିଜ ଯାଦୁ ଖେଳାଇ ଦେଇଛନ୍ତି । ମାମି ଫିଲ୍ମ ଫେସଷ୍ଟିଭାଲ ରେ ପ୍ରିୟଙ୍କ ଲୁକ ସବୁ ଲାଇମଲାଇଟ ହାସଲ କରି ନେଇଥିଲା ।

ପ୍ରିୟଙ୍କାର ଗ୍ଲାମର ଲୁକ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଏହି ମହୋତ୍ସବରେ ପ୍ରିୟଙ୍କା ଏକ ଧଳା ରଙ୍ଗର ଲମ୍ବା ୱାନ ପିସ୍ ପିନ୍ଧିଥିବା ବେଳେ ତା ସହ ଏକ ଲମ୍ବା କ୍ୟାପ ମଧ୍ୟ ପିନ୍ଧିଥିଲେ । ଯେଉଁଥିରେ ସେ ବହୁତ ସୁନ୍ଦର ଦେଖା ଯାଉଥିଲେ ।

Advertisement

ଏହା ମଧ୍ୟ ପଢନ୍ତୁ https://www.pratidintv.com/kartik-aaryan-tara-sutaria-spotted-video-sparks-dating-rumour-or-she-is-aashiqui-3-female-lea/

ଇନଷ୍ଟ୍ରଗ୍ରାମରେ ଫଟୋ ପୋଷ୍ଟ ହେବା ମାତ୍ରେ ଏହାକୁ ଦେଖି ୟୁଜର୍ସ କମେଣ୍ଟ ଦେବା ଆରମ୍ଭ କରି ଦେଇଥିଲେ । ପ୍ରିୟଙ୍କାଙ୍କ ଗ୍ଲାମର ଲୁକ ଦେଖି ଫ୍ୟାନ୍ସ ପ୍ରଶଂସା କରୁଛନ୍ତି । କିଛି ଲୋକ ତାଙ୍କୁ ସୋସିଆଲ ମିଡିଆର ବସ ଲେଡି ମଧ୍ୟ କହୁଛନ୍ତି । ଦେଶୀଗର୍ଲ ପୋଷ୍ଟ କରିଥିବା ଫଟୋ ପୂରା ବୋଲ୍ଡ ଆଉ କନଫିଡେଣ୍ଡ ନଜର ଆସୁଛନ୍ତି । ତେବେ ଆପଣଙ୍କୁ ଆମେ କହି ରଖୁଛୁ ଯେ ଗତକାଲି ପ୍ରିୟଭ୍‌କା ମୁମ୍ବାଇ ଏୟାପୋର୍ଟରେ ନଜର ଆସିଥିଲେ ।ଯାହାର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା । ତେବେ ସେ ଆମେରିକାରୁ ତାଙ୍କ ଝିଅ ମାଲତୀ ମେରୀ ଭାରତ ଆସିଥିବା ଜଣା ପଡିଛି ।

Leave a Reply

Your email address will not be published. Required fields are marked *