Pratidin TV

Odisha's Digital News Platform

ମମିତା ମେହେର ହତ୍ୟା ମାମଲା : ଆତ୍ମହତ୍ୟା କଲେ ଏକମାତ୍ର ଅଭିଯୁକ୍ତ ଗୋବିନ୍ଦ ସାହୁ

ଭୁବନେଶ୍ୱର : ମମିତା ମେହେର ହତ୍ୟାକାଣ୍ଡର ଏକମାତ୍ର ଅଭିଯୁକ୍ତ ଆଜି ସକାଳୁ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ମୁତାବକ ତାଙ୍କୁ ଆଜି କୋର୍ଟରେ ହାଜର ହେବାର ଥିଲା । ଆଜି ଜେଏମଏଫସି କୋର୍ଟରେ ହାଜର ହୋଇଥାଆନ୍ତେ ଗୋବିନ୍ଦ । ସେ କଣ୍ଟାବାଜି ଜେଲରେ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ବେକରେ ଗାମୁଛା ଲଗାଇ ଆତ୍ମହତ୍ୟାକରିଛନ୍ତିଗୋବିନ୍ଦ । କଣ୍ଟ।।ବାଞ୍ଝି ମେଡିକାଲରେ ତାଙ୍କୁ ଡାକ୍ତରମୃତଘୋଷଣାକରିଛନ୍ତି । ତେବେଗୋବିନ୍ଦ କେଉଁକାରଣରୁ ଆତ୍ମହତ୍ୟା କଲେ ତାହା ଏଯାଏଁ ଅସ୍ପଷ୍ଟ ରହିଛି । ଆଜି ଜେଏମଏଫସି କୋର୍ଟରେ ହାଜର ହୋଇଥାନ୍ତେ ଗୋବିନ୍ଦ । କିନ୍ତୁଏହା ପୂର୍ବରୁଗୋବିନ୍ଦ ଆତ୍ମହତ୍ୟାକରିଛନ୍ତି । କଳାହାଣ୍ଡ ିଜିଲ୍ଲାଗୋଲାମୁଣ୍ଡାବ୍ଲକ ଅନ୍ତର୍ଗତ ମହାଲିଙ୍ଗ ସ୍ଥିତ ସନସାଇନ୍ ପବ୍ଲିକସ୍କୁଲର ମାଲିକ ଗୋବିନ୍ଦ ସାହୁକୁ ବଲାଙ୍ଗୀର ପୁଲିସ ବଙ୍ଗୋମୁଣ୍ଡା ବ୍ଲକ ବୁଢ଼ିପଦରରୁ ଗିରଫ କରିଥିଲା ।ଗିରଫ ସମୟରେଗୋବିନ୍ଦ ନିଜରସାନଭଉଣୀଘରେ ଲୁଚିଥିଲା ।

ତେବେ କିପରି ଏବଂ କାହିଁକି ଗୋବିନ୍ଧ ଏପରି ଚରମ ପଦ ଉଠାଇଲେ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ । ଜେଲରେ ତାଙ୍କୁ କିପରି ରଶି ମିଳିଲା ଏନେଇ ମଧ୍ୟ ସନ୍ଦେହ ଘେରରେ କଣ୍ଟାବାଞ୍ଜି ଜେଲ୍‌ର ସୁରକ୍ଷାକର୍ମୀ ।

Leave a Reply

Your email address will not be published. Required fields are marked *