Pratidin TV

Odisha's Digital News Platform

ସାମାନ୍ୟ ଆମ୍ବ ପାଇଁ ମିଳିଲା ପଶୁ ଭଳି ଦଣ୍ଡ , ହସ୍ପିଟାଲରେ ଭର୍ତ୍ତି ହେଲେ ୫ ନାବାଳକ

1 min read

ଭଦ୍ରକ : ବାଡ଼ି ରୁ ଆମ୍ବ ଖାଇଲେ ବୋଲି ନିସ୍ତୁକ ପିଟିଲେ ମାଲିକ । ପିଲା ମେଡିକାଲ ରେ ଭର୍ତ୍ତି ହେଲେ ୫ ଜଣ କୁନି କୁନି ଶିଶୁ। ଏଭଳି ଏକ ହୃଦୟଥରା ଘଟଣା ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନ ଜଳଙ୍ଗା ମାର୍କେଟ ସାହି ଅଞ୍ଚଳ ରେ ଘଟିଛି । ସୂଚନା ଅନୁଯାୟୀ ମାର୍କେଟ ସାହି ଅଞ୍ଚଳର ୫ ଜଣ କୁନି କୁନି ଶିଶୁ ଗାଁର ଜନୈକ ବ୍ୟକ୍ତି ଙ୍କ ବାଡ଼ିରେ ଥିବା ଆମ୍ବ ଗଛରୁ ଆମ୍ବ ଖାଇବା ପାଇଁ ଯାଇଥିଲେ । କିନ୍ତୁ ଆମ୍ବ ତୋଳିବା ବେଳେ ଗଛ ମାଲିକ ଙ୍କ ହାବୁଡ଼ ରେ ପଡିଯାଇଥିଲେ । ପରେ ମାଲିକ ୫ ଜଣ ପିଲାଙ୍କୁ ଏଭଳି ନିସ୍ତୁକ ଭାବରେ ମାଡ଼ ମାରିଥିଲେ ଯେ ପିଲାମାନଙ୍କ ପିଠିରେ ଦାଗ ବସିବା ସହ ପିଠିରେ ନୋଳା ଫାଟିଯାଇଥିଲା ।

ପିଲାମାନେ ଘରକୁ ଫେରି ଏବିଷୟରେ ପରିବାର ଲୋକଙ୍କୁ ଭୟରେ କିଛିଜଣାଇ ନଥିଲେ। ରାତିରେ ପିଲାମାନଙ୍କୁ ଜ୍ୱର ହେବା ସହ ପିଲାମାନଙ୍କ ପିଠିରେ ଦାଗ ଦେଖି ପରିବାର ଲୋକେ ଘଟଣା ସମ୍ପର୍କରେ ପଚାରିଥିଲେ। ପରେ ପିଲା ମାନେ ଘରେ ସବୁ କଥା କହିବା ପରେ ପରିବାର ଲୋକେ ସେମାନଙ୍କୁ ତୁରନ୍ତ ଭଦ୍ରକ ମେଡିକାଲ ରେ ଭର୍ତ୍ତି କରାଇଛନ୍ତି ।

Advertisement

ପିଲାଙ୍କ ଦେହ ସାରା ମାଡ଼ ଚିହ୍ନ ହୋଇଛି । ଘଟଣା କୁ ନେଇ ଗ୍ରାମାଞ୍ଚଳ ପୋଲିସ କୁ ଖବର ଦିଆଯାଇଥିବା ସୂଚନା ମିଳିଛି । ତେବେ ଘଟଣା କୁ ନେଇ ମାଡ଼ ମାରିଥିବା ବ୍ୟକ୍ତି ଙ୍କୁ ଡାକି ପୋଲିସ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *