Pratidin TV

Odisha's Digital News Platform

୫୦ ହଜାର ଟଙ୍କା ଦେଇ ଦେଶ କିଣିଲେ ଯୁବକ , ବିନା ପାସପୋର୍ଟରେ କରିପାରିବେନି ସେଠାରେ ପ୍ରବେଶ..

1 min read

ବିଶ୍ୱରେ ଏମିତି ଅନେକ ଦେଶ ଅଛି ଯାହା ନାଁ ଆପଣ ଶୁଣି ମଧ୍ୟ ନଥିବେ । ଏପରିକି କିଛି ଦେଶକୁ ଯିବା ପାଇଁ ଆପଣଙ୍କୁ ପାସପୋର୍ଟ ମଧ୍ୟ ଦରକାର ପଡିବନି । କିନ୍ତୁ ଆପଣ କେବେ ଶୁଣିଛନ୍ତି କି କୌଣସି ଦେଶର ଏକ ଛୋଟ ଭୂମିକୁ ଯିବା ପାଇଁ ପାସପୋର୍ଟ ଦେଖାଇବାକୁ ପଡିଥାଏ ? ଏମିତି ଆମେରିକାରେ ହୋଇଥାଏ ଯେଉଁଠାରେ ମରୁଭୂମିସ୍ଥିତ ଏକ ଛୋଟ ଜମି ବାସ୍ତବରେ ଏକ ଅଲଗା ଦେଶ । ଏହି ଦେଶର ମାଲିକ ଏଠାରେ ଏକୁଟିଆ ରୁହନ୍ତି ।

ତାଙ୍କ ଦେଶରେ ପଶିବା ପାଇଁ ପାସପୋର୍ଟର ଆବଶ୍ୟକତା ପଡିଥାଏ । ଆଶ୍ଚର୍ଯ୍ୟ କରିଦେବା କଥା ହେଉଛି କି ସେ ଏହି ଦେଶରୁ ଅନଲାଇନରେ କିଣିଥିଲେ, ତା ପୁଣି ମାତ୍ର ୫୦ ହଜାର ଟଙ୍କାରେ । ନ୍ୟୁୟର୍କରେ ରହୁଥିବା ଜ୍ୟାକ୍ ଲ୍ୟାଣ୍ଡସବର୍ଗ ୨୦୦୫ ମସିହାରେ ଆମେରିକାର ଉଟାହ(ଏକ ରାଜ୍ୟ)ର ମରୁଭୂମି ଅଞ୍ଚଳରେ ୨ ଏକରର ଜମି କିଣିଥିଲେ । ସେ ଏହି ଜମିକୁ ଇ-ବାଏରୁ ମାତ୍ର ୬୧୦ ଡଲାର ବା ୫୦ ହଜାର ଟଙ୍କାରେ କିଣିଥିଲେ । ଯେବେ ସେ ପ୍ରଥମେ ଏହି ଜମିକୁ ଦେଖିବାକୁ ଗଲେ ସେବେ ଚିହ୍ନଟ ପାଇଁ ସେହି ଜମିରେ ଏକ ହଳଦିଆ ଏବଂ ନାଲି ରଙ୍ଗର ପତାକା ଲଗାଇଦେଲେ ।

Advertisement

ପରେ ସେ ଯୋଜନା କଲେ କି ଏହାକୁ ନିଜର ଏକ ଦେଶ ଭାବେ ନିର୍ମାଣ କରିବେ ।ନିଜ ନାଁକୁ ଯୋଡି ସେ ଏହାର ନାଁ ଜ୍ୟାକିସ୍ତାନ ଦେବା ପାଇଁ ଯୋଜନା କଲେ ଏବଂ ଏହାକୁ ସଫଳ ମଧ୍ୟ କଲେ । ଏବେ ସେ ସମୟ ବାହାର କରି ନିଜ ଦେଶ ଆଡେ ବୁଲି ଆସନ୍ତି । ସେ ମଜା ମଜାରେ କୁହନ୍ତି କି ଆଗରୁ ମୋ ଦେଶରେ ରାଜନୈତିକ, ଆର୍ôଥକ ପରିସ୍ଥିତି ଭାରି ଖରାପ ଥିଲା । ଏବେ କିନ୍ତୁ ଦେଶରେ ବହୁତ କିଛି ନିର୍ମାଣ ଚାଲିଛି ଏବଂ ଦେଶ ଆଗେଇଛି । ସେ ତାଙ୍କ ଦେଶରେ ଏକ ଗେଟ୍ ମଧ୍ୟ ଲଗାଇଛନ୍ତି । ତେବେ ସେ ସେଠାରେ ଘର ତିଆରି କରିବାକୁ ଚାହାଁନ୍ତିନି କାରଣ ସେଠାରେ ଜଳର କୌଣସି ଉତ୍ସ ନାହିଁ ।

Leave a Reply

Your email address will not be published. Required fields are marked *