Pratidin TV

Odisha's Digital News Platform

ସ୍ତ୍ରୀର ମର୍ଯ୍ୟାଦା ଦେବାକୁ କହି ପ୍ରତାରଣା ; ବିବାହିତ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ଦିଗପହଣ୍ଡି ; ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗୌଡ଼ ଗାଁରେ ଦ୍ବିତୀୟ ପତ୍ନୀର ପରିଚୟ ଦେବାକୁ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ଓ ପରେ ଯୁବତୀଙ୍‌କ ସହ ପ୍ରତାରଣା। ନ୍ୟାୟ ଦାବିରେ ବିବାହିତ ପ୍ରେମିକର ଘର ଆଗରେ ଯୁବତୀଙ୍କ ଧାରଣା। ଦିଗପହଣ୍ଡି ବ୍ଳକ୍ ଓ କେ.ନୂଆଗାଁ ଥାନା ଅନ୍ତର୍ଗତ ଗୌଡ଼ ଗାଁରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ବାଇନାଥ ସାହୁଙ୍କ ବିରୋଧରେ ସଂପୃକ୍ତ ଯୁବତୀଜଣକ ଏଭଳି ଅଭିଯୋଗ ଆଣି ତାଙ୍କ ଘର ଆଗରେ ଧାରଣାରେ ବସିଛନ୍ତି। ତେବେ ବାଇନାଥ ଫେରାର ହୋଇଯିବାରୁ ଏନେଇ ସେ କେ.ନୂଆଗାଁ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି । ବାଇନାଥଙ୍କ ପତ୍ନୀ ଏବଂ ୨ଟି ସନ୍ତାନ ଅଛନ୍ତି ।

ତେବେ ଏହାମଧ୍ୟରେ ସେ ଅଞ୍ଜଳି ସାହୁଙ୍କ ସଂସ୍ପର୍ଶରେ ଆସିଥିଲେ । ଆଉ ଦ୍ବିତୀୟ ପତ୍ନୀର ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସଂପର୍କି ସ୍ଥାପନ କରିଥିଲେ। ତେବେ ସେ ଗର୍ଭବତୀ ହୋଇଥିବା ଜାଣିବା ପରେ ବାଇନାଥ ଆଉ ଧରାଛୁଆଁ ଦେଇ ନଥିଲେ । ଏହି କଥା ଜାଣିବା ପରେ ଅଞ୍ଜଳିଙ୍କୁ ତାଙ୍କ ବାପା ଘରୁ ତଡ଼ିଦେଇଥିଲେ। ଏହାପରେ ସେ ନିରୁପାୟ ହୋଇ ବାଇନାଥଙ୍କ ଘରକୁ ଯାଇଥିଲେ । କିନ୍ତୁ ପରିବାରଲୋକେ କବାଟ ପକାଇଦେବାରୁ ସେ ଧାରଣାରେ ବସିଛନ୍ତି ।

Leave a Reply

Your email address will not be published. Required fields are marked *