Pratidin TV

Odisha's Digital News Platform

୨୦୨୭ ରେ ସମାପ୍ତ ହୋଇଯିବ କି ବିଶ୍ୱ? ଜାଣନ୍ତୁ ଏହି ବ୍ୟକ୍ତିଙ୍କର ଆଶ୍ଚର୍ଯ୍ୟଜନକ ଦାବି…

1 min read


କିଛି ବର୍ଷ ପୂର୍ବେ, ସାରା ବିଶ୍ୱରେ ଏକ ଗୁଜବ ବ୍ୟାପିଗଲା ଯେ ୨୦୧୨ ରେ ପୃଥିବୀ ଶେଷ ହେବ ବୋଲି । ଯାହାକୁ କିଛି ଲୋକ ବିଶ୍ୱାସ ମଧ୍ୟ କରିଥିଲେ । ଯଦିଓ ପରେ ଏହି ଦାବି କେବଳ ଏକ ଗୁଜବ ବୋଲି ପ୍ରମାଣିତ ହୋଇଥିଲା, ତଥାପି ଅନେକ ଲୋକ ଅଛନ୍ତି ଯେଉଁମାନେ ଜଗତର ଶେଷ ବିଷୟରେ ବିଭିନ୍ନ ଦାବି କରନ୍ତି । ସେହିପରି ଆଉ ଏକ ଖବର ବର୍ତ୍ତମାନ ଆଲୋଚନା ହେଉଛି । ଜାଭିୟର୍ ନାମକ ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ ୪ ବର୍ଷ ପରେ ଅର୍ଥାତ୍ ୨୦୨୭ ମସିହାରେ, ତାଙ୍କ ବ୍ୟତୀତ ଦୁନିଆରେ ଆଉ କେହି ନଥିବେ ବୋଲି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ ସମଗ୍ର ସହର ଜନଶୂନ୍ୟ ହୋଇଯାଇଛି, ଗୋଟିଏ ବି ମଣିଷ ଦୃଶ୍ୟମାନ ହେଉନାହାନ୍ତି ।


ଖବର ଅନୁଯାୟୀ, ଜାଭିୟର୍ ନିଜକୁ ସମୟ ଭ୍ରମଣକାରୀ ଭାବରେ ବର୍ଣ୍ଣନା କରିଛନ୍ତି । ନିକଟରେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନେକ ଭିଡିଓ ଏବଂ ଚିତ୍ର ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ଭୀଷଣ ଏବଂ ଭୟାନକ ଦୃଶ୍ୟ ଦେଖିବାକୁ ମଳିଥିଲା । ତେବେ ଜାଭିୟର୍ ଦାବି କରିଛନ୍ତି ଯେ ୨୦୨୭ ମସିହାରେ ସେ ହେଉଛନ୍ତି ପୃଥିବୀରେ ଏକମାତ୍ର ମଣିଷ ଅଟନ୍ତି । ଯିଏକି ସେୟାର କରିଥିବା ଭିଡିଓରେ ପୁରା ସହରର ଚିତ୍ର ଦେଖାଇଛନ୍ତି ଏବଂ ପୁରା ସହର ସମ୍ପୂର୍ଣ୍ଣ ଖାଲି ଦେଖାଯାଉଛି । କେବଳ ସେଠାରେ କାର ଏବଂ ଉଚ୍ଚ ଅଟ୍ଟାଳିକା ରହିଛି , କିନ୍ତୁ ମଣିଷ ନାହାନ୍ତି । ଆଉ ସମସ୍ତ ମନୁଷ୍ୟ ଯେପରି ଲୋପ ପାଇଯାଇଛନ୍ତି । ଜାଭିୟର୍ କହିଛନ୍ତି ଯେ ୨୦୨୭ ମସିହାରେ, ତାଙ୍କ ବ୍ୟତୀତ ଦୁନିଆରେ ଆଉ କେହି ନଥିବେ ବୋଲି । ବ୍ୟକ୍ତି ଜଣକ ଦାବି କରିଛନ୍ତି ଯେ ସେହି ବର୍ଷ ଛାଡିବା ପରେ ସେ ରୋମ ସମେତ ଅନେକ ସ୍ଥାନ ପରିଦର୍ଶନ କରିଥିଲେ । ସେ ବିଶ୍ୱ ପ୍ରସିଦ୍ଧ କୋଲୋଜିୟମ୍ ମଧ୍ୟ ଦେଖିଥିଲେ, କିନ୍ତୁ ସେଠାରେ କୈାଣସି ମଣିଷ ମଧ୍ୟ ଦେଖାଯାଇନଥିଲେ, ଯେଉଁଠାରେ ସାଧାରଣତ ପର୍ଯ୍ୟଟକଙ୍କ ଭିଡ ରହିଥାଏ ।

Advertisement


ତେବେ ବାସ୍ତବରେ ଆମ ଭବିଶ୍ୟତର କ’ଣ ଘଟିବ ତାହା କେହି କହିପାରିବେ ନାହିଁ । ତେଣୁ ଏହି ବ୍ୟକ୍ତିଙ୍କର ଏପରି ଅଜବ କଥାକୁ ଶୁଣି ଲୋକମାନେ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଉଛନ୍ତି । କାରଣ ୨୦୨୧ ମସିହାରେ କ୍ୟାଭିୟର କିଛି କଥା ନେଇ ଅଜବ ଦାବି କରି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା ବେଳେ ସେହିପରି ବର୍ତ୍ତମାନ ଏପରି କିଛି କହିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *