Pratidin TV

Odisha's Digital News Platform

ହତ୍ୟା ନା ଆତ୍ମହତ୍ୟା : ବିବାହ ପୂର୍ବରୁ ଖୁସିରେ ବାଣ୍ଟୁଥିଲେ କାର୍ଡ ହେଲେ ଜଙ୍ଗଲରୁ ମିଳିଲା ..

1 min read

ଅନୁଗୁଳ : ବିବାହକୁ ବାକି ରହିଯାଇଥିଲା ମାତ୍ର ୧୦ ଦିନ । ଖୁସିରେ ବଡ ଭାଇ ସହ କଥା ହୋଇ କାର୍ଡ ବାଣ୍ଟୁଥିଲେ । ସବୁ ଆୟୋଜନ ମଧ୍ୟ ନିଜେ ବୁଝୁଥିଲେ , କେମିତି କଣ ବିବାହଟା ସୁରୁଖୁରୁରରେ ହୋଇଯିବ ତାର ପ୍ଲାନିଂ ମଧ୍ୟ କରିଥିଲେ । ଆଉ ନୂଆ ସଂସାର ଗଢିବାର ସ୍ୱପ୍ନ ବି ଦେଖୁଥିଲେ । ମଝିରେ ରହିଯାଇଥିଲା କେତୋଟି ହାତ ଗଣତି ଦିନ । କିନ୍ତୁ ହଠାତ୍ ଆସିଲା ଏମିତି କିଛି ଖବର ଯାହା ବିଭୂତିଙ୍କ ପୁରା ପରିବାର ଭସାଇ ଦେଲା ଦୁଃଖର ସମୁଦ୍ରରେ । କିଛିଦିନ ପରେ ନୂଆ ସମ୍ପକ ଗଢିବାକୁ ଯାଉଥିବା ଯୁବକର ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ । ମୃତ ଯୁବକ ଜଣକ ହେଲେ ରେଙ୍ଗାଳି ଥାନା ଅନ୍ତର୍ଗତ ଦେନାଳି ଗ୍ରାମର ବିଭୂତି ଭୂଷଣ ପ୍ରଧାନ ।

ଏଭଳି ଏକ ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ପରଙ୍ଗ ଗ୍ରାମରେ ଘଟିଛି । ଗ୍ରାମ ନିକଟରେ ଥିବା ଜଙ୍ଗଲର ଏକ ଶାଳ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଛି ବିଭୂତିଙ୍କ ମୃତଦେହ । ତେବେ ଆସନ୍ତା ୧୬ ତାରିଖ ଦିନ ବିଭୂତିଙ୍କ ବାହାଘର ଥିଲା । ଗତ ସୋମବାର ବିଭୂତି ତାଙ୍କ ଭାଇଙ୍କ ସହ କଥା ହୋଇ ନିଜର ନିମନ୍ତ୍ରଣ କାର୍ଡ ପାଇଁ କଥା ହୋଇଥିବା ବେଳେ , ମଙ୍ଗଳବାର ଦିନ ତାଙ୍କର ଫୋନ ଲାଗିନଥିଲା ଓ ପରିବାର ବର୍ଗ ଖୋଜା ଖୋଜି କରିଥିବା ବେଳେ ପରଙ୍ଗ ଗ୍ରାମ ନିକଟସ୍ଥ ଜଙ୍ଗଲର ଏକ ଶାଳ ଗଛରୁ ଝୁଲନ୍ତା ଅବସ୍ଥାରେ ବିଳମ୍ବିତ ରାତି ସମୟରେ ମୃତ ଶରୀର ଠାବ ହୋଇଥିବା ବେଳେ ଜାଣିବାକୁ ପାଇଲେ ଏହା ବିଭୂତି ଭୂଷଣ ପ୍ରଧାନଙ୍କ ମୃତ ଶରୀର ।

Advertisement

ପରିବାର ଲୋକଙ୍କ କହିବା ଅନୁଯାୟୀ ତାଙ୍କୁ କିଏ ମାରି ଶାଳ ଗଛରେ ଝୁଲାଇଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଓ ଅଗ୍ନିଶମ ବିଭାଗ ଆଜି ମୃତ ଶରୀରକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ବେଳେ ପୋଲିସ ଏହାର ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *