Pratidin TV

Odisha's Digital News Platform

ଖାଇବାରୁ ଚୁଟି ବାହାରିବାରୁ ରାଗରେ ସ୍ତ୍ରୀକୁ ଲଣ୍ଡା କରିବା ସହ ଏଭଳି କଲା ନିଷ୍ଠୁର ସ୍ୱାମୀ…

ଉତ୍ତରପ୍ରଦେଶ : ସାଧାରଣତ ମହିଳାମାନେ ରୋଷେଇ କରିବା ସମୟରେ ଅନେକ୍ ପ୍ରକାରର ଦୁର୍ଘଟଣା ଘଟିଥାଏ । କିନ୍ତୁ ନିକଟରେ ଏକ ଏଭଳି ଘଟଣା ଘଟିଛି ଯାହାକୁ ନେଇ ଜଣେ ସ୍ତ୍ରୀ ବାଧ୍ୟ ହୋଇ ପୋଲିସର ଦ୍ୱାରସ୍ଥ ହୋଇଛି । ସୂଚନା ଅନୁ୍‌ଯାୟୀ ଘଟଣାଟି ଉତ୍ତରପ୍ରଦେଶର ପିଲିଭିତ ଜିଲ୍ଲାର ଗଜରୋଲା ଥାନା ଅନ୍ତର୍ଗତ ଅଟେ । ଉକ୍ତ ଗ୍ରାମର ଜଣେ ମହିଳା ନିଜ ସ୍ୱାମୀ ଙ୍କ ନାଁରେ ଏପରି ଅଭିଯୋଗ ଆଣିଥିଲେ । ଯାହାକୁ ପଢିବା ପରେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ।

ଅଭିଯୋଗ ଅନୁଯାୟୀ ଉକ୍ତ ଗ୍ରାମର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ମଧ୍ୟହ୍ନ ସମୟରେ ଖାଇବାକୁ ବାଢିଦେଇଥିଲେ । ସ୍ୱାମୀ ଜଣଙ୍କ ଖାଉଥିବା ସମୟରେ ଖାଦ୍ୟରୁ ଏକ ଚୁଟି ବାହାରିଥିଲା । ଫଳରେ ଘଟଣା ସ୍ଥଳରେ ସ୍ୱାମୀ ରାଗିଯାଇ ଖାଦ୍ୟ ଥାଳିକୁ ଫୋପାଡିଦେଇଥିଲା । ଏହାପରେ ରାଗରେ ସ୍ୱାମୀ ଜଣଙ୍କ ସ୍ତ୍ରୀକୁ ଜବରଦସ୍ତି ବେଡ୍ ରୁମ୍‌କୁ ଟାଣି ନେଇ ତା ସହ ସମ୍ବଦ୍ଧ ରଖିବାକୁ ଚାହିଁଥିଲେ । ମହିଳା ଜଣଙ୍କ ସେଥିରେ ଅରାଜି ହେବାରୁ ସ୍ୱାମୀ ରାଗରେ ଘର ଲୋକଙ୍କ ସାମ୍ନାରେ ମାଡମାରିବା ସହ ଲଣ୍ଡା କରିଦେଇଥିଲେ । ପାଖରେ ଛିଡା ହୋଇ ଶାଶୁ ଏବଂ ଦିଅର ସବୁ ଦେଖୁଥିଲେ ମଧ୍ୟ ମହିଳା ଜଣଙ୍କୁ ବଞ୍ଚାଇବାକୁ ନଆସି ଓଲଟା ଅଧିକ ମାଡ ମାରିବାକୁ ପ୍ରୋତ୍ସାହିତ କରୁଥିଲେ ।

ଏହାପରେ ମହିଳା ଜଣଙ୍କ ନିଜ ବାପଘର ଲୋକଙ୍କୁ ଫୋନ କରି ସମସ୍ତ କଥା ଜଣାଇଥିଲେ । ବାପା ଘର ଲୋକ ଜ୍ୱାଇଁଙ୍କୁ ବୁଝା ସୁଝା କରିବାକୁ ଆସିଥିଲେ ମଧ୍ୟ ସେ ନିଜ ଶ୍ୱଶୁର ଘର ଲୋକଙ୍କୁ ମଧ୍ୟ ଛାଡିନଥିଲେ । ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଦେବା ସହ ମାରପିଟ୍ ଆରମ୍ଭ କରିଦେଇଥିଲେ ।ଏହାପରେ ମଧ୍ୟ ସ୍ୱାମୀ ଜଣଙ୍କ ଅଟକି ଯାଇନଥିଲେ । ସ୍ତ୍ରୀ କୁ ବାପଘରୁ ୧ ଲକ୍ଷ ଟଙ୍କା ଆଣିବାକୁ କହିଥିଲେ । ସ୍ତ୍ରୀ ଏଥିରେ ଅରାଜି ହେବାରୁ ପୁନଶ୍ଚ ତାକୁ ମାଡ ମାରି ଘରୁ ବାହାରି ଯିବାକୁ କହିଥିଲେ । ଏଥିରେ ନିରୂପାୟ ହୋଇ ଅସହାୟ ମହିଳା ଜଣଙ୍କ ଶେଷରେ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କ ସହ ତାଙ୍କୁ ଏସବୁରେ ସାହାର୍ଯ୍ୟ କରିଥିବା ମାଁ ଏବଂ ଭାଇଙ୍କୁ ମଧ୍ୟ ଗିରଫ୍ କରିଛି । ଏହାପରେ ପୋଲିସ ମହିଳା ଜଣଙ୍କୁ ନିଜ ୨ ବର୍ଷର ପୁଅ ସହ ବାପ ଘରକୁ ରହିବାକୁ ପଠାଇଦେଇଛି ।

Leave a Reply

Your email address will not be published. Required fields are marked *