Pratidin TV

Odisha's Digital News Platform

ସ୍ତ୍ରୀ ଉପରେ ରାଗି ଜେଲରେ କଏଦୀ କାଟିଲେ ନିଜର ଗୁପ୍ତାଙ୍ଗ…

1 min read

ଭଦ୍ରକ: ଭଦ୍ରକ ଉପକାରାଗାରରେ ଘଟିଛି ଏକ ଅଭାବନୀୟ କାଣ୍ଡ । ଜଣେ ବିଚାରଧୀନ ବନ୍ଦୀ କଏଦୀ ମାନସିକ ଭାରସାମ୍ୟ ହରାଇ ଏକ ଧାରୁଆ ଜିନିଷରେ କାଟିଲେ ନିଜର ହାତ ଏବଂ ଗୁପ୍ତାଙ୍ଗ । ଫଳରେ ଗୁରୁତର ହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଲୟରେ ଭର୍ତି ହୋଇଥିଲେ । କଏଦୀ ଜଣକ ହେଉଛନ୍ତି ସୁଶାନ୍ତ ମାଝୀ ।


ସୂଚନା ମୁତାବିକ ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳର ଶୁଶାନ୍ତ ମାଝୀଙ୍କ ପରାରିବାରିକ କହଳ ଲାଗି ରହିଥିଲା । ସେ ତାଙ୍କର ପତ୍ନୀଙ୍କୁ ନିର୍ଯ୍ୟାତନା ଦେଉଥିବାରୁ ସ୍ତ୍ରୀ ସୁଶାନ୍ତଙ୍କ ନାମରେ ଥାନାରେ ଏତଲା ଦେଇଥିଲେ । ଆଉ ସ୍ତ୍ରୀଙ୍କ ଏତଲା ଅଧାରରେ ଭଦ୍ରକ ପୋଲିସ ତାଙ୍କୁ ଗିରଫ କରିଥିଲା । ଯେଉଁଥିପାଇଁ ଗତ ଚାରିଦିନ ତଳେ ସେ ଜେଲକୁ ଆସିଥିଲେ ଏବଂ ଜେଲରେ ବିଚାରଧୀନ କଏଦୀ ଭାବେ ଅଛନ୍ତି । ତେବେ ଜେଲରେ ଥିବା ବେଳେ ସୁଶାନ୍ତ ନିଜର ମାନସିକ ଭାରସାମ୍ୟ ହରାଇ ଏପରି କାଣ୍ଡ କରିଥିଲେ । ଏକ ଧାରୁଆ ଜିନିଷରେ ନିଜର ଗୁପ୍ତାଙ୍ଗ ଓ ହାତକୁ କାଟିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଭଦ୍ରକ ମୁଖ୍ୟ ଚିକିତ୍ସାଲୟରେ ଭର୍ତି କରାଯାଇଥିଲା । ହେଲେ ସେଠାରେ ଅବସ୍ଥା ସଂଙ୍କଟାପର୍ଣ୍ଣ ହେବାରୁଡାକ୍ତରଙ୍କ ପରାମର୍ଶ କ୍ରମେ କଟକ ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ସେପଟେ ଏହି ଘଟଣା ପଛର କାରଣ କଣ ତାହା ଏଯାବତ ଅସ୍ପଷ୍ଟ ଥିବା ବେଳେ ଜେଲ ର ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧରଣରେ ପ୍ରଶ୍ନ ଉଠିଛି ।

Advertisement

Leave a Reply

Your email address will not be published. Required fields are marked *