Pratidin TV

Odisha's Digital News Platform

ମାଛି ଆକ୍ରମଣରେ ଚାଲିଗଲା ସରପଞ୍ଚଙ୍କ ଜୀବନ …

ଗଞ୍ଜାମ : ମାଛି ନେଇଗଲା ସରପଞ୍ଚଙ୍କ ଜୀବନ । ମାଛି ଆକ୍ରମଣରେ ଆଖିବୁଜିଲେ ସରପଞ୍ଚ ସନତ କୁମାର ପ୍ରଧାନ। ତେବେ ସନତ ଗଞ୍ଜାମ ତାରାସୀଙ୍ଗି ଥାନା କୁଡୁତାଇ ଗ୍ରାମର ଗ୍ରାମବାସୀ ଓ ସରପଞ୍ଚ ମଧ୍ୟ ଥିଲେ ।

ଗତକାଲି ସରପଞ୍ଚ ସନତ ନିଜ ଜମିରେ ଟ୍ରାକ୍ଟର ଯୋଗେ ଚାଷ କରୁଥିବା ସମୟରେ ମାଟି ତଳୁ ହଜାର ହଜାର କୀଟ /ମାଛି ବାହାରି ସନତକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବା ପାଇଁ ମୁହଁରେ ଗାମୁଛା ପକାଇ ଗାଁକୁ ଆସିଥିଲେ ।ସ୍ଥାନୀୟ ଲୋକେ ସରପଙ୍କୁ ମାଛି ଆକ୍ରମଣରୁ ରକ୍ଷା କରିବା ପାଇଁ ଜରି ପାଲ ଘୋଡାଇ ଦେଇଥିଲେ ମଧ୍ୟ , ହଜାର ହଜାର ମାଛି ମାନଙ୍କ ଆକ୍ରମଣରୁ ସେ ନିଜକୁ ରକ୍ଷା କରିପାରିନଥିଲେ ।

ଗ୍ରାମବାସୀମାନେ ତାଙ୍କୁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । କିନ୍ତୁ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସରପଞ୍ଚ ବାବୁଙ୍କ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ ରେ ଭର୍ତି କରିଥିଲେ ।ସେଠାରେ ଚିକିତ୍ସା ଚାଲିଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି। ମର ଶରୀର ଗାଁ ରେ ପହଁଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କ ଶେଷ ଦର୍ଶନ ପାଇଁ ଅଞ୍ଚଳର ହଜାର ହଜାର ତାଙ୍କ ସମର୍ଥକ ମାନେ ପଂହଁଚିଥିଲେ । ତେବେ ଆକ୍ରମଣ ବେଳର ସମସ୍ତ ଦୃଶ୍ୟ ସିସି ଟିଭିରେ କଏଦ ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *