ବାହାଘର ଭୋଜି ପାଲଟିଲା କାଳ , ଖାଦ୍ୟ ପରଷୁଥିବା ସମୟରେ କରେଣ୍ଟ ଲାଗି ..
1 min readବଲାଙ୍ଗୀର : ବାହାଘର ଭୋଜି ପାଲଟିଲା କାଳ । ବାହାଘର ଭୋଜିରେ ଖାଦ୍ୟ ପରଷୁଥିବା ସମୟରେ ବିଦ୍ୟୁତ୍ କରେଣ୍ଟ ଲାଗି ଅକାଳରେ ଚାଲିଗଲା ଜୀବନ । ବଲାଙ୍ଗିର ସହରର ଖରସେଲପଡାରେ ବାହାଘର ଭୋଜି ପରଶୁଥିବା ସମୟରେ ବିଦ୍ୟୁତ କରେଣ୍ଟ ଲାଗି ଜଣେ ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ସହର ଖରସେଲପଡାରେ ।
ଗତକାଲି ଉକ୍ତ ଗାଁରେ କ୍ଷମା ସାହୁଙ୍କ ଝିଅଙ୍କ ବାହାଘର ଥିଲା । ଅନ୍ୟ ବନ୍ଧୁବାନ୍ଧବଙ୍କ ସହିତ ନିଜ ସମ୍ପର୍କୀୟ ଘରକୁ ବାହାଭୋଜୀ ଖାଇବା ପାଇଁ ଆସିଥିଲେ ଦେଓଗାଁ ବ୍ଲକ ବହଲି ଗାଁ ର ଗୋକୁଳ ସାହୁ । ବାହାଘର ଭୋଜି ପରଷୁଥିବା ସମୟରେ ଏକ ଲୁହା ଖମ୍ବକୁ ହାତରେ ଧରି ଦେଇଥିଲେ । ସଙ୍ଗେ ସଙ୍ଗେ କରେଣ୍ଟ ଲାଗି ଗୋକୁଳ ଙ୍କ ଜୀବନ ଚାଲିଯାଇଥିଲା ।
ଲୁହା ଖୁଣ୍ଟରେ ଏକ ହେଲୋଜେନ ଲାଇଟ ଲଗାଯାଇଥିଲା । ସେହି ଲାଇଟ ରୁ ସର୍ଟ ସର୍କିଟ ହୋଇ କରେଣ୍ଟ ଲାଗିଥିବା ଅନୁମାନ କରାଯାଉଛି । ଟାଉନ ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରୀ ରଖିଛି । ମୃତକଙ୍କ ପରିବାର ଭିତରେ ଶୋକର ଛାୟା ଖେଳିଯାଇଛି । ମୃତ ଗୋକୁଳ ଜଣେ ପାଇପ ମିସ୍ତ୍ରୀ ବୋଲି ଜଣାପଡିଛି ।