Pratidin TV

Odisha's Digital News Platform

ଏମିତିବି ଆସେ ମୃତ୍ୟୁ ; ବାହାଘରରେ ବରଯାତ୍ରୀଙ୍କ ସହ ମିଶି ନାଚୁଥିଲେ ହଠାତ୍ ଟଳିପଡିଲେ

1 min read

କେନ୍ଦୁଝର : ମୃତ୍ୟୁ ହଠାତ୍ ଆସେ ଆଉ ସମସ୍ତଙ୍କୁ ସ୍ତବ୍ଧ କରି ଚାଲିଯାଏ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ହରିଡାପାଳ ପଞ୍ଚାୟତ ଟୋଲଙ୍କପଡା ଗ୍ରାମର କୁଳମଣି ସାହୁଙ୍କ ପୁଅ ଦୁଃଖବନ୍ଧୁ ସାହୁ(୩୩) ଙ୍କ ସହ ମଧ୍ୟ କିଛି ଏମିତି ଦୁର୍ଘଟଣା ଘଟିଯାଇଛିା ଘରୁ ହସଖୁସିରେ ବାହାରିଥିଲେ ଏକ ବାହଘରରେ । ଡିଜେର ତାଳେ ତାଳେ ବରଯାତ୍ରୀଙ୍କ ସହ ନାଚୁଥିଲେ ଦୁଃଖବନ୍ଧୁ । କିନ୍ତୁ ହଠାତ୍ ସେହି ସମୟରେ ଅଚେତ୍ ହୋଇ ତଳେ ପଡିଯାଇଥିଲେ ।

ସଙ୍ଗେ ସଙ୍ଗେ ସ୍ତାନୀୟ ଲୋକମାନେ ଯୁବକଙ୍କୁ ଉଠାଇ ପାଣି ଛିଞ୍ଚିବା ସହ ଘଷିପୁରା ମେଡ଼ିକାଲକୁ ଆଣିଥିଲେ ।ହେଲେ ମେଡ଼ିକାଲରେ ପହଂଚୁ ପହଂଚୁ ଯୁବକ ଜଣକ ଆଖି ବୁଜିଦେଇଥିବା ଡାକ୍ତର ସୂଚନା ଦେଇଛନ୍ତି ।ଯୁବକ ଜଣକ ହାଟ୍ ଚୋକ୍ ରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଥିବା ବେଳେ ଖବର ପାଇ ପରିବାର ଲୋକେ ମେଡ଼ିକାଲକୁ ଆସିଥିଲେ ।ପରେ ଏହି ଖବର ସ୍ତାନୀୟ ଅଞ୍ଚଳରେ ପ୍ରକାଶ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Advertisement

ସୂଚନା ଯୋଗ୍ୟକି ମୃତ୍ୟୁ ବରଣ କରିଥିବା ଦୁଃଖବନ୍ଧୁ ଗତ ଦୁଇବର୍ଷ ପୂର୍ବରୁ ବିବାହ କରିଥିଲେ ତାଙ୍କର ଗୋଟିଏ ଛୋଟ ପୁଅ ଏବଂ ପତ୍ନୀ ଘରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *