Pratidin TV

Odisha's Digital News Platform

ସାଙ୍ଗ ସହ ବ୍ୟାଡମିଣ୍ଟନ ଖେଳୁ ଖେଳୁ ଚାଲିଗଲା ଜୀବନ ..

1 min read

ନାଗପୁର : ମୃତ୍ୟୁ କେତେବେଳେ ଯେ କାହାକୁ ଆସିବ ତାହା କେହି କହିପାରିବେ ନାହିଁ । କାହାର ଦୁର୍ଘଟଣାରେ ମୃତ୍ୟୁ ହେଉଛି ତ କାହାର ରୋଗ ବ୍ୟାଧିରେ ପୁଣି କିଏ କିନ୍ତୁ ନିକଟରେ ଏକ ଏଭଳି ମୃତ୍ୟୁ ଘଟିଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। କାରଣ ଜଣେ ସୁସ୍ଥ ସବଳ ବ୍ୟକ୍ତି ନଜି ସାଙ୍ଗ ସହ ବ୍ୟାଡମିଣ୍ଟନ ଖେଳୁ ଖେଳୁ ଟଳିପଡିଛନ୍ତି । ଯାହାଫଳରେ ତାଙ୍କର ସେହି ସ୍ଥାନରେ ହିଁ ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ନାଗପୁରରେ ଦେଖାଦେଇଛି । କୋଟରେ ନିଜ ସାଙ୍ଗ ସହିତ ବ୍ୟାଡମିଣ୍ଟନ ଖେଳୁଥିଲେ ୪୬ ବର୍ଷୀୟ ବ୍ୟକ୍ତି।

କିନ୍ତୁ ଖେଳୁ ଖେଳୁ ହଠାତ୍ ତଳେ ପଡି ବେହୋସ୍ ହୋଇଗଲେ । ତାଙ୍କୁ ତୁରନ୍ତ ପାଖ ସେଣ୍ଟ୍ରାଲ ରେଲୱେ ହସ୍ପିଟାଲକୁ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାର ଅଧିକ ଯାଞ୍ଚ କରିବାକୁ ଅନୁରାଧ କରିବା ପରେ ପୁଲିସ ମୃତ୍ୟୁ ମାମଲା ଦାଏର କରି ଯାଞ୍ଚ ଚଳାଇଛି । ଯଦିଓ ବ୍ୟକ୍ତିଙ୍କ ମୃତ୍ୟୁର ସଠିକ କାରଣ ଜଣାପଡିନାହିଁ ହେଲେ ଏହା ହୃଦଘାତ ବୋଲି ଅନୁମାନ କରାଯାଉଛି ।

Advertisement

Leave a Reply

Your email address will not be published. Required fields are marked *