Pratidin TV

Odisha's Digital News Platform

ବସିଥିଲା ବାର୍‌ହା ପାଇଁ ଫାଶ , ଚାଲିଗଲା ଯୁବକଙ୍କ ଜୀବନ

1 min read

ଦେବଗଡ : ବାର୍‌ହା ଫାଶ ନେଇଗଲା ଯୁବକଙ୍କ ଜୀବନ । ବାର୍ହା ଶିକାର ପାଇଁ ପଡ଼ିଥିଲା ଫାଶ। ତେବେ ସେଥିରେ ବାର୍ହା ବଦଳରେ ପଡ଼ିଗଲେ ଜଣେ ୪୦ ବର୍ଷୀୟ ବ୍ୟକ୍ତି। ଆଉ ଅକାଳରେ ଚାଲିଗଲା ତାଙ୍କ ଜୀବନ। ଏହି ଦୁଃଖଦ ଘଟଣାଟି ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ନିଶାବିରା ଗାଁ ପହିନାଳ କଟା ଜଙ୍ଗଲରେ।

ତେବେ ମୃତ ବ୍ୟକ୍ତି ଜଣଙ୍କ ହେଲେ ଦେବ ସାହୁ। ତାଙ୍କ ଘର ନିଶାବିରା ଗାଁରେ। ଗତକାଲି ରାତିରେ କୌଣସି କାରଣ ବସତ ଦେବ ସାହୁ ଘରୁ ବାହାରିଥିଲେ । କିନ୍ତୁ ଆଉ ଘରକୁ ଫେରିନଥିଲେ ଙ୍ଘର ଲୋକ ଚିନ୍ତିତ ହୋଇ ତାଙ୍କୁ ଖୋଜା ଖୋଜି କରିଥିଲେ ମଧ୍ୟ , ଦେବଙ୍କୁ ପାଇନଥିଲେ । ଆଜି ସକାଳୁ ତାଙ୍କ ମୃତଦେହ ପହିନଳା କଟା ଜଙ୍ଗଲରୁ ମିଳିଥିଲା। ତାଙ୍କ ମୃତ ଶରୀରଟି ଅଧା ଜଳି ଯାଇଥିଲା । ସନ୍ଦେହ କରାଯାଉଛି ଯେ ବାର୍ହା ଶିକାର ପାଇଁ ବିଦ୍ୟୁତ୍ ଚାର୍ଜ କରି ବିଛା ଯାଇଥିବା ଫାଶରେ ପଡ଼ି ତାଙ୍କ ଜୀବନ ଯାଇଥିବା ଜଣାପଡ଼ିଛି।

Advertisement

ତେବେ କେଉଁମାନେ ଏହି ଫାଶ ବିଛାଇଥିଲେ, ତାହା ଜଣାପଡ଼ିନି। ତେବେ ଏହି ଘଟଣା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ବିଦ୍ୟୁତ୍ ଚାର୍ଜିତ ଫାଶକୁ ଉଠାଇ ନେଇଛନ୍ତି। ରିଆମାଳ ଥାନା ପୁଲିସ୍ ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *