ମଣିଷ ପ୍ରେମରେ ପୋଷା ପାଲଟିଛି ମହୁମାଛି….
1 min readକେନ୍ଦ୍ରାପଡା : ଆମେ ଦୈନନ୍ଦିନ ଜୀବନରେ ବହୁ ସମୟରେ ମହୁମାଛି ଙ୍କୁ ନେ଼ଇ ବହୁ ସମ୍ବେଦନଶୀଳ ଖବର ପ୍ରସାରିତ ହୋଇଥିବାର ଦେଖିଥିବା । ମହୁମାଛି ଆକ୍ରମଣରେ ମଧ୍ୟ ବହୁ ଜୀବନ ଯାଇଥିବାର ଜାଣିଥିବେ କିନ୍ତୁ ନିକଟରେ ଜଣେ ଏମିତି ପ୍ରକୃତି ପ୍ରେମୀଙ୍କ ବା ପଶୁପକ୍ଷୀ ଜୀବ ଜନ୍ତୁ ଙ୍କୁ ନିଜ ପରିବାରରଠାରୁ ବେଶୀ ଭଲପାଉଥିବା ମଣିଷ ବିଷୟରେ କିଛି ଚକିତ କଲାଭଳି କଥା କହିବୁ । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ୍ ଲୋକାପଡ଼ା ଗ୍ରାମ ର ଗଣେଶ ଚନ୍ଦ୍ର ରାୟ ( ହୀରା ଭାଇ) । ଆଳି ନୂଆ ବଜାର ଠାରେ ଲସି ଓ ପାନ ଦୋକାନୀ କରି ଜୀବିକା ନିର୍ବାହ କରନ୍ତି । କିନ୍ତୁ ତାଙ୍କର ପ୍ରକୃତି ପ୍ରେମକୁ ଦେଖି ଅବାକ୍ ହୋଇପଡିଛନ୍ତି ଆଳିବାସୀ ।
ଯେଉଁ ମହୁମାଛି ଦଂଶନରେ ଲୋକମାନଙ୍କ ଜୀବନ ଯାଉଛି । ଯାହାକୁ ଲୋକମାନେ ଅତ୍ୟନ୍ତ ଭୟ କରିଥାନ୍ତ । ସେହି ମହୁମାଛିମାନେ ହୀରା ଭାଇଙ୍କ ପାଖରେ ପୋଷା ପାଲଟିଛନ୍ତି । ଯେମିତି ହୀରା ଭାଇ ତାଙ୍କ ପରିବାରର ମୁଖିଆ । ପ୍ରତ୍ୟକଦିନ ସକାଳୁ ମହୁମାଛି ମାନେ ଦୋକାନ ପାଖକୁ ଆସିଥାନ୍ତି ଏବଂ ହୀରା ଭାଇ ତାଙ୍କୁ ଚେରୀ ଖାଇବାକୁ ଦିଅନ୍ତି । ଖାଇସାରି ପୁଣି କୁଆଡେ ଚାଲିଯାଆନ୍ତି , କିନ୍ତୁ ରାତି ହେଲେ ଯେତେବେଳେ ଦୋକାନ ବନ୍ଦ କରି ହୀରା ଭାଇ ଘରକୁ ଫେରନ୍ତି ସେତେବେଳେ ଏହି ମହୁମାଛି ମାନେ ପୁଣି କେଉଁଆଡୁ ଆସି ତାଙ୍କ ପଛେ ପଛେ ଘୁରି ବୁଲିବା ଦୃଶ୍ୟ ସମଗ୍ର ଅଞ୍ଚଳରେ ବିସ୍ମୟ ସୃଷ୍ଟି କରିଛି । ସତେ ଯେମିତି ହୀରା ଭାଇଙ୍କ ସହ ତାଙ୍କ ସର୍ମ୍ପକ ବହୁ ପୁରୁଣା ।
ମହୁମାଛି ମାନେ ତାଙ୍କ ଦେହସାରା ବସିଥିବାର ଦେଖି ଲୋକମାନଙ୍କ ମନରେ ଭୟ ସୃଷ୍ଟି କରୁଥିବା ବେଳେ କିନ୍ତୁ ହୀରା ଭାଇ ଅତି ଶ୍ରଦ୍ଧାରେ ସେମାନଙ୍କୁ ହାତରେ ଧରନ୍ତି , ଆଉଁସିଦିଅନ୍ତି । ଏନେଇ ହୀରା ଭାଇଙ୍କ ପିଲାଦିନର ସାଙ୍ଗ ବୀରେନ ମହାନ୍ତି ମଧ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ସେ କେବଳ ମହୁମାଛି ନୁହଁ ବରଂ ଅନେକ ପଶୁ ପକ୍ଷୀ ମାନଙ୍କୁ ଘରେ ପୋଷା ବନାଇ ରଖିଛନ୍ତି । ସେ ପିଲାଦିନରୁ ହିଁ ପ୍ରକୃତିପ୍ରେମୀ । ପ୍ରକୃତି ସହ ପଶୁପକ୍ଷୀମାନଙ୍କୁ ଖୁବ୍ ଭଲପାଆନ୍ତି । ଆଉ ସେହି ପଶୁପକ୍ଷୀମାନେବି ଏହି ହୀରା ଭାଇର କଥାକୁ ଖୁବ୍ ମାନନ୍ତି ।