Pratidin TV

Odisha's Digital News Platform

ଅନଲାଇନରୁ ଅର୍ଡର କରିଥିଲେ ଚିକେନ, ବାହାରିଲା ବଟିକା…

1 min read

ଆଜି କାଲି ଲୋକମାନେ ବେଶି ଅନଲାଇନରୁ ଖାଦ୍ୟ ଅର୍ଡର କରି ଖାଉଛନ୍ତି । କିନ୍ତୁ ଅନେକ ସମୟରେ ଅନଲାଇନରେ ଅଡର ହୋଇଥିବା ଖାଦ୍ୟରେ କିଛି ଅପମିଶ୍ରିତ ଜିନିଷ ଦେଖିବାକୁ ମିଳୁଛି । ବେଳେ ବେଳେ ଖାଦ୍ୟରେ ମଲା ଝିଟିପଟି କିମ୍ବା ମୂଷା ବାହାରିଥିବା ବେଳେ ଆଉ କେତେବେଳେ ଭେଜ ଖାଦ୍ୟ ବଦଳରେ ନନଭେଜ ଖାଦ୍ୟ ପାର୍ସଲ ହେଉଥିବା ଖବର ସାମ୍ନାକୁ ଆସିଛି । ସେହିପରି ବର୍ତ୍ତମାନ ଅନଲାଇନ ଖାଦ୍ୟ ଅଡର କରି ହଇରାଣ ହୋଇଛନ୍ତି ଜଣେ ବ୍ୟକ୍ତି । ମୁମ୍ବାଇର ଜଣେ ବ୍ୟକ୍ତି ରେସ୍ତୋରାଁ ଲିଓପୋଲଡ କୋଲାବାରୁ ଚିକେନର ଏକ ଆଇଟମ ଅର୍ଡର କରିଥିଲେ । ଅର୍ଡର ଗ୍ରହଣ କରିବା ପରେ ଭୋକିଲା ପେଟକୁ ଶାନ୍ତ କରିବା ପାଇଁ ସେ ଯେତେବେଳେ ପ୍ୟାକେଟ ଖୋଲିଥିଲେ, ସେତେବେଳେ ଖାଦ୍ୟ ଭିତରେ ଔଷଧ ପ୍ୟାକେଟ ପଡ଼ିଥିବା ଦେଖି ସେ ଆଶ୍ୱର୍ଯ୍ୟ ହୋଇଯାଇଥିଲେ । ପରେ ବ୍ୟକ୍ତି ଜଣକ ଖାଦ୍ୟ ପ୍ୟାକେଟର ଫଟୋ ଏବଂ ଭିଡିଓ ଇଣ୍ଟରନେଟରେ ସେୟାର କରି ଲେଖିଛନ୍ତି ଯେ ମୋର ମୁମ୍ବାଇ ଖ୍ରୀଷ୍ଟମାସ ସରପ୍ରାଇଜ୍ ଲିଓପୋଲ୍ଡ କୋଲାବାଙ୍କ ସ୍ୱିଗିରୁ ଖାଦ୍ୟ ଅର୍ଡର କରିଛି, ମୋର ଖାଦ୍ୟରେ ଏହି ଅଧା ରନ୍ଧା ଔଷଧ ପାଇଛି । ଏହି ପୋଷ୍ଟକୁ ବ୍ୟକ୍ତି ଜଣକ ସ୍ୱିଗିଙ୍କୁ ମଧ୍ୟ ଟ୍ୟାଗ୍ କରିଥିଲେ । ଆଉ ଏହାର ଉତ୍ତରେ ସ୍ୱିଗି ଜଣକ କମ୍ପାନୀ ସହ ସିଧାସଳଖ ଯୋଗାଯୋଗ କରିବା ପାଇଁ କହିଥିଲେ । ତେବେ ଏ ବିଷୟରେ ଜଣାଇବା ପରେ ଏହାକୁ ନେଇ ଲୋକଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

https://twitter.com/ompsyram/status/1738964817061523969?s=20

ନିକଟରେ ଏପରି ଅନେକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଗ୍ରାହକମାନେ ସେମାନଙ୍କ ଖାଦ୍ୟରେ ଅପମିଶ୍ରଣ ଜିନିଷ ପାଇଥାନ୍ତି । ସେହିପରି ବେଙ୍ଗାଲୁରୁର ଜଣେ ବାସିନ୍ଦା ସ୍ୱିଗିି ମାଧ୍ୟମରେ ଏକ ରେଷ୍ଟୁରାଣ୍ଟ ଚେନରୁ ଅର୍ଡର କରିଥିବା ସାଲାଡରେ ଏକ ଜୀବନ୍ତ ଗେଣ୍ଡା ବାହାରିଥିଲା । ତେବେ ବିଭିନ୍ନ ସହରର ଗ୍ରାହକମାନେ ସେମାନଙ୍କ ରେଷ୍ଟୁରାଣ୍ଟ ଅର୍ଡର ହୋଇଥିବା ଖାଦ୍ୟରେ ଅସରପା ବା ଝିଟିପିଟି ବାହାରିବାର ସୂଚନା ଦେଇଛନ୍ତି । ତେଣୁ ଆପଣମାନେ ଅର୍ଡର କରିଥିବା ଖାଦ୍ୟ ଖାଇବା ପୂର୍ବରୁ ଭଲ ଭାବରେ ଯାଞ୍ଚ କରି ନିଅନ୍ତୁ । ନେଚତ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି ।

Advertisement

Leave a Reply

Your email address will not be published. Required fields are marked *