କୁକୁର ସହ ବୁଲିବା ପାଇଁ ଛାଡ଼ିଦେଲେ ସରକାରୀ ଚାକିରୀ , ଏବେ ଚାକିରୀ ଛାଡି କୁକୁରକୁ ବୁଲାଉଛନ୍ତି ଦୁନିଆ ..
1 min readଯଦି ଆପଣଙ୍କୁ ବୁଲିବାକୁ ଯିବା ପାଇଁ ଚାକିରୀ ଛାଡିବାକୁ କୁହାଯାଏ , ତାହେଲେ କଣ ଆପଣ ଚାକିରୀ ଛାଡିଦେବେ ? ଏହାର ଉତ୍ତର କେବଳ ନାଁ ହିଁ ଆସିବ । ସାଧାରଣତଃ କୌଣସି ଟ୍ରିପ୍ କିମ୍ବା ଭ୍ୟାକେସନ କଥା ଉଠିଲେ , ସମସ୍ତେ ପ୍ରଥମେ ଏହି କଥା ହିଁ କୁହନ୍ତି. ଅଫିସରେ ବୁଝି ଜଣେଇବି । ଆଉ ଯଦି ସେହି ଟ୍ରିପ୍ ଅଧିକ ସମୟର ଥାଏ ତାହେଲେ ଶେଷରେ ଟ୍ରିପ୍ ମଧ୍ୟ କ୍ୟାନସଲ କରିବାକୁ ପଡିଥାଏ । ହେଲେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ବୁଲିବା ପାଇଁ ସରକାରୀ ଚାକିରୀ ଛାଡିଦେଇଛନ୍ତି । ତାହା ପୁଣି ନିଜର କୁକୁର ସହିତ ।
ଜର୍ମାନୀରେ ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ବ୍ୟକ୍ତିଜଣକ ନିଜ କୁକୁରଙ୍କୁ ବୁଲାଇବା ପାଇଁ ଚାକିରୀ ଛାଡି ଦେଇଛନ୍ତି । ୨୭ ବର୍ଷିୟ ୟାନିକ ବ୍ଲୋଜମ୍ୟାନ ନିଜ କୁକୁର କାର୍ଲଙ୍କୁ ବୁଲାଇବାକୁ ଚାକିରୀ ଛାଡି ଦେଇଛନ୍ତି । ଚାକିରୀ ଛାଡି ସେ ଏବେ କାର୍ଲଙ୍କ ସହ ବିଶ୍ୱ ଭ୍ରମଣରେ ବାହାରିଛନ୍ତି । ଏଯାଏଁ ସେ ନରୱେରୁ ଇଟାଲୀ ପର୍ଯ୍ୟନ୍ତ ୩୭୨୮ ମାଇଲ ଯାତ୍ରା କରୁଛନ୍ତି । ନିଜ ପୋଷା କୁକୁର କାର୍ଲ ସହ ବିଶ୍ୱ ଭ୍ରମଣ ପାଇଁ ୟାନିକ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଚାକିରୀ ସୁଦ୍ଧା ଛାଡି ଦେଇଥିଲେ । ପାଞ୍ଚମାସ ହେବ ଦୁହେଁ ବୁଲିବା ଆରମ୍ଭ କରିଛନ୍ତି । ଦୁହେଁ ପ୍ରତିଦିନ ୧୩ ମାଇଲ୍ ଦୁରତା ଅତିକ୍ରମ କରୁଛନ୍ତି ।
ଦୁହେଁ ରାତିରେ ଶୋଇବା ପାଇଁ ତମ୍ବୁ ଟାଣିଥାନ୍ତି , ଆଉ ସେଠାରେ ଉଭୟ ଆଶ୍ରୟ ନେଇଥାନ୍ତି । ଏସମ୍ପର୍କରେ ୟାନିକ କହିଛନ୍ତି, ଯାତ୍ରା ସମୟରେ ଜଙ୍ଗଲ, ବେଳାଭୂମି, ତୁଷାରପାତ ହେଉଥିବା ଚମତ୍କାର ସ୍ଥାନ, ମରୁଭୂମି ଓ ପାହାଡ ଦୁହେଁ ଉପଭୋଗ କରିଥାନ୍ତି । ନିଜ କୁକୁର କାର୍ଲ ସହ କିଛିି ସ୍ମୃତି ସଂଗ୍ରହ ପାଇଁ ଏହିଭଳି ଅହରହ ଯାତ୍ରା କରୁଛନ୍ତି । ଯାତ୍ରା ଆରମ୍ଭ କରିବା ପୂର୍ବରୁ ତାଙ୍କ ପାଖରେ ୩ଟି ବିକଳ୍ପ ଥିଲା । ଚାକିରୀ କରିବି, ଅଧ୍ୟୟନ କରିବି କିମ୍ବା ମୋର ସଉକ ବା ହବିକୁ ପୂରଣ କରିବି । ଶେଷରେ ମୁଁ ୩ୟ ବିକଳ୍ପକୁ ବାଛିଥିଲି । ନିଜର ସଉକକୁ ପୂରଣ କରିବା ପାଇଁ ୫.୨୭ ହଜାର ସଞ୍ଚୟ କରିବା ପରେ ଯାତ୍ରା ଆରମ୍ଭ କରିଥିଲେ । ଏବେ ୟୁରୋପ ଦେଇ ଯାତ୍ରା କରୁଛନ୍ତି । ସେ କହିଛନ୍ତି ଏହି ଯାତ୍ରା କେତେ ସମୟ ଲାଗିବ ସେ ଜାଣିନାହାନ୍ତି । ହେଲେ ତାଙ୍କର ଏହି ନିଷ୍ପତ୍ତି ରେ ସେ ଖୁସିଥିବା କହିଛନ୍ତି ।