Pratidin TV

Odisha's Digital News Platform

ପ୍ରେମରେ ଖାଇଲେ ଧୋକା ; ବ୍ୟାଙ୍କରୁ ମିଳିଲା ୨୫ ହଜାର ଟଙ୍କା ..

1 min read

ନୂଆଦିଲ୍ଲୀ : ବର୍ତ୍ତମାନ ସ୍କୁଲ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଯୁବପୀଢି ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରେମର ନିଶା ଘାରିଛି । କିଛି ଏହି ପ୍ରେମରେ ପଡି ନିଜର ସବୁ ସୀମା ପାର କରିଯାଉଛନ୍ତି । ତେବେ ପ୍ରେମ ଯେତିକି ନିବିଡ ଥାଏ ଏହାର ବିଚ୍ଛେଦରେ ତାଠୁ ୧୦୦ ଗୁଣା ଯନ୍ତ୍ରଣାଦାୟକ ହୋଇଥାଏ । ପ୍ରେମରେ ବ୍ରେକ୍‌ଅପ୍ ବା ଧୋକା ଆଜି କାଲିର ଏକ ଫ୍ୟାଶନ ପାଲଟିଗଲାଣି । କିନ୍ତୁ କିଛି ଯୁବପୀଢିଙ୍କ ପାଇଁ ଏହା ଜୀବନ ମରଣ ସହ ମଧ୍ୟ ସମାନ । ଏହି ପ୍ରେମରେ ପାଗଳ ହୋଇ କିଛି ଲୋକ ଜୀବନ ହାରିବାକୁ ମଧ୍ୟ ପଛାନ୍ତି ନାହିଁ । ଯାହା ବର୍ତ୍ତମାନ ଆଧୁନିକ ସମାଜରେ ଏକ ଟ୍ରେଣ୍ଡ ପାଲଟିଗଲାଣି । କିନ୍ତୁ ଏସବୁ ଭିତରେ ପ୍ରେମିକା ପ୍ରେମିକଙ୍କ ପାଇଁ ଏକ ବଡ ଖବର ନେଇ ଆସିଛନ୍ତି ଭାଇରାଲ ଟ୍ୱିଟର ବୟ ପ୍ରତୀକ ।

ଯଦି ଆମେ ଆପଣଙ୍କୁ କହୁ କି ଆପଣଙ୍କ ବ୍ରେକଅପ୍ ପରେ ବ୍ୟାଙ୍କରୁ ଆପଣଙ୍କୁ ଟଙ୍କା ମିଳିବ ତେବେ କଣ ଆପଣ ବିଶ୍ୱାସ କରିବେ ? ନିକଟରେ ଜଣେ ଯୁବକଙ୍କୁ ବ୍ରେକ୍‌ଅପ୍ ପରେ ୨୫ ହଜାର ଟଙ୍କା ବ୍ୟାଙ୍କରୁ ମିଳିଛି । ଏହି ଖବର ଯୁବକ ଜଣଙ୍କ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରି ଚର୍ଚ୍ଚାକୁ ଆସିଛନ୍ତି । ପ୍ରତୀକ ଆର୍ଯ୍ୟନ ନାମକ ଜଣେ ଯୁବକ ନିଜର ଏଭଳି ୟୁନିକ ଆଇଡିଆକୁ ସେୟାର କରି ବର୍ତ୍ତମାନ ଯୁବ ପୀଢିଙ୍କ ସହ ଏକ ନିଆରା ଆଇଡିଆ ବାଣ୍ଟିଛନ୍ତି । ସେ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ ‘ ମୋ ବ୍ରେକ୍ ଅପ ପରେ ମୁଁ ବ୍ୟାଙ୍କରୁ ୨୫ ହଜାର ପାଇଛି । କାରଣ ଯେତେବେଳେ ମୁଁ ମୋ ଗର୍ଲଫ୍ରେଣ୍ଡ ସହ ରିଲେସନଶିପ୍‌ରେ ରହିଥିଲି , ସେତେବେଳେ ଆମେ ଏକ ଜଏଣ୍ଟ ଆକାଉଣ୍ଟ ଖୋଲି ମାସକୁ ୫୦୦ ଟଙ୍କା ରଖୁଥିଲୁ । ଏହି ପଲିସି ନା ହାର୍ଟବ୍ରେକ୍ ଇନସ୍ୟୁରାନ୍ସ ଫଣ୍ଡ (HIF)

ଏହି ପଲିସି ଅନୁଯାୟୀ ଯିଏ ପ୍ରତାରଣା ବା ଧୋକାର ସିକାର ହେବ ସେ ହିଁ ଏହି ଟଙ୍କାକୁ ଉଠାଇପାରିବ । ମାନେ ରିଲସନଶିପ୍‌ରେ ଯିଏ ପ୍ରଥମେ ବ୍ରେକଅପ୍ କରିବ ତାର ଏହି ଟଙ୍କା ଉପରେ କୌଣସି ଅଧିକାର ରହିବ ନାହିଁ । ଆଉ ଯିଏ ଧୋକା ଖାଇଥିବ ସିଏ ହିଁ ଏ ସମସ୍ତ ଟଙ୍କା ପାଇବ । ନିକଟରେ ମୋ ଗର୍ଲଫ୍ରେଣ୍ଡ ମୋ ସହ ପ୍ରଥମେ ବ୍ରେକଅପ୍ କରିଥିଲା । ତେଣୁ ପଲିସି ଆଧାରରେ ବର୍ତ୍ତମାନ ମୋତେ ୨୫ ହଜାର ଟଙ୍କା ମିଳିଛି ।ଆଜିକା ପ୍ରେମ ସର୍ମ୍ପକରେ ପ୍ରତୀକ ଏଭଳି ଏକ ଭିନ୍ନ ଆଇଡିଆ ଦେଇ ଯୁବପୀଢିଙ୍କ ସାମ୍ନାରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ତାଙ୍କର ଏଭଳି ବୁଦ୍ଧିକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି । ଏବଂ ତାଙ୍କ କମେଣ୍ଟ ବକ୍ସରେ ଲକ୍ଷ ଲକ୍ଷ କମେଣ୍ଟ ଗଦା ହେଉଛି । ଯାହାର ଉତ୍ତର ପ୍ରତୀକ ଖୁବ୍ ଭଲ ଭାବେ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *