ପ୍ରେମିକା ପାଇଁ ଓଠରେ ଟାଟୁ କଲା ପ୍ରେମିକ , ଭିଡିଓ ଦେଖି ଲୋକ ହୋଇଗଲେ ଆଶ୍ଚର୍ଯ୍ୟ …
1 min readଲଭ୍ ପାଇଁ କୁଛ୍ ଭି କରେଗା । ନିଜ ନିଜର ପ୍ରେମିକା ପାଇଁ ପ୍ରେମିକା କିଛି ବି କରିପାରିବେ । ଅନେକ ଅସମ୍ଭବ କାମକୁ ସମ୍ଭବ କରିପାରନ୍ତି । କତେବେଳେ ପ୍ରେମିକକୁ ଭିନ୍ନ ଧରଣର ପ୍ରେମ ନିବବେଦନ କରନ୍ତି , କେତେବେଳେ ଭିନ୍ନ ଅନ୍ଦାଜରେ ପ୍ରେମିକାକୁ ମନର କଥା କୁହେ । ପୁଣି କେତେବେଳେ ପ୍ରେମିକ ନାଁକୁ ହାତରେ ନହେଲେ ଛାତିରେ ଲେଖେ । ହେଲେ ଏ ପ୍ରେମିକ ଜଣକ ଏମିତି କିଛି କରିଛନ୍ତି ଯାହାକୁ ଆପଣ ଦେଖି ସ୍ତବ୍ଧ ହୋଇଯିବେ । ନିଜ ଓଠରେ ପ୍ରେମିକାର ନାଁ ଲେଖିଦେଇଛନ୍ତି ପ୍ରେମିକା ।
ନିକଟରେ ଜଣେ ଟାଟୁ ଆର୍ଟିଷ୍ଟ ଅଭିଷେକ ସାପକାଲ ତାଙ୍କ ସୋଶିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁ ଭିଡିଓରେ ପ୍ରେମିକ ଜଣକ ତାଙ୍କ ଓଠର ଭିତର ପଟେ ନିଜ ପ୍ରେମିକାର ନାମ ଅମୃତା ବୋଲି ଟାଟୁ କରିଛନ୍ତି । ଯେଉଁ ଭିଡିଓ କୁ ୟୁଜର୍ସମାନେ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ଭିଡିଓ ବର୍ତ୍ତମାନ ବେସ୍ ଭାଇରଲ୍ ହେବାରେ ଲାଗିଛି ।ଲୋକମାନେ ଏହି ଭିଡିଓ ରେ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଉଛନ୍ତି । ଏହି ପୂର୍ବରୁ ଜଣେ ମହିଳା ନିଜର ସ୍ୱାମୀଙ୍କ ନାମକୁ ମୁଣ୍ଡରେ ଟାଟୁ କରିଥିଲେ । ତେବେ ଏହି ଭିଡିଓଟି କେଉ ସ୍ଥାନର ଏବଂ ଯୁବକଙ୍କର ପରିଚୟ ଜଣାପଡି ନାହିଁ ।