କପାଳରେ QR କୋଡ୍ ଟାଟୁ….ଭିଡ଼ିଓ ହେଲା ଭାଇରାଲ…କାରଣ ଶୁଣିଲେ ନିଶ୍ଚିତ ଭାବରେ ମୁଣ୍ଡକୁ ପିଟିବେ
1 min readଆଜିକାଲି ସୋସିଆଲ ମିଡିଆରେ ଏହିପରି ଅନେକ ଭିଡିଓ ଦେଖାଯାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ | ଏହିପରି ଗୋଟିଏ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କ କପାଳରେ ଏକ QR କୋଡ୍ ଟାଟୁ କରୁଥିବା ଦେଖିବାକୁ ମିଳେ | ଲୋକମାନେ ସୋସିଆଲ ମିଡିଆରେ ଏ ଭିଡ଼ିଓରେ ବହୁତ ଆଶ୍ଚର୍ଯ୍ୟ ରିଆକ୍ସନ ଦେଇଛନ୍ତି |
ଲୋକମାନେସୋସିଆଲ ମିଡିଆରେ ଏନେଇ ଭଲ ରେସପନ୍ସ ଦେଇଛନ୍ତି | ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଯେ ସେ ତାଙ୍କ କପାଳରେ କ’ଣ ପାଇଁ ଏପରି କରିଛନ୍ତି | ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର ହୋଇଛି। ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କ କପାଳରେ ଟାଟୁ କରିଥିବାର ଦେଖିବାକୁ ମିଲିଛି |
ଭିଡ଼ିଓରେ ଦେଖିବାକୁ ମିଳିଥିଲା ସେହି ବ୍ୟକ୍ତିଙ୍କ କପାଳରେ QR କୋଡ୍ ଷ୍ଟିକର ଲଗାଇବା ପରେ ତାକୁ ଛୁଞ୍ଚି ଇଙ୍କି ସାହାଯ୍ୟରେ ଟାଟୁ କରାଯାଇଥିଲା | ଭିଡ଼ିଓ ଦେଖିଲେ ଜଣାପଡୁଥିଲା ବ୍ୟକ୍ତିଙ୍କୁ ଅଧିକ କଷ୍ଟ ହେଉଥିଲା | ଏହି ଭିଡିଓ ୨୬ ଫେବୃଆରୀରେ ଇନଷ୍ଟାଗ୍ରାମରେ ସେୟାର କରାଯାଇଥିଲା | କିଛି ଘଣ୍ଟା ମଧ୍ୟରେ ଏହା ୧.୭ ମିଲିୟନରୁ ଅଧିକ ଭ୍ୟୁ ପାଇଥିଲା | ବ୍ୟକ୍ତି ଜଣକ ଏପରି ଟାଟୁ କରିବାର କାରଣ ଏହି ଟାଟୁକୁ ସ୍କାନ୍ କରିହେବ | ଯାହା ପରେ ବ୍ୟକ୍ତିର ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିଯିବ |