Pratidin TV

Odisha's Digital News Platform

ସ୍କୁଟି ରଖି ମହାନଦୀକୁ ଡେଇଁପଡିଲେ ଯୁବକ …..

ସମ୍ବଲପୁର : ସମ୍ବଲପୁର କଚେରୀ ଛକ ଚାଁରପୁର ନୁଆଁ ମହାନଦୀ ବ୍ରିଜରୁ ଜଣେ ଯୁବକ ମହାନଦୀକୁ ଡେଇଁ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ନିଖୋଜ ଯୁବକ ଜଣକ ହେଲେ ସମୀରଣ ପ୍ରଧାନ । ତାଙ୍କ ଘର ସମ୍ବଲପୁର ଧନୁପାଲି ଥାନା ଆନ୍ତର୍ଗତ ଗୋବିନ୍ଦତୋଳା ଅଞ୍ଚଳରେ । ଗତକାଲି ରାତି ୮ଟା ୪୫ ରୁ ସେ ଅଫିସ କାମ ଥିବା କହି ଘରୁ ବାହାରି ଥିଲେ । ତେବେ ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫେରି ନଥିଲେ ।

ଅନ୍ୟପଟେ ଦ୍ଵିତୀୟ ମହାନଦୀ ସେତୁ ଉପରେ ନିଖୋଜ ଯୁବକ ଙ୍କ ସ୍କୁଟି, ମୋବାଇଲ ଓ ହେଲମେଟ କୁ ଦେଖି ପୋଲିସ କୁ ସନ୍ଦେହ ହୋଇଥିଲା ଓ ପୋଲିସ ସେଠାରେ ଅଟକି ଥିଲା । ଏହି ସମୟରେ ନିଖୋଜ ଯୁବକ ଙ୍କ ମୋବାଇଲ କୁ ଘର ଲୋକ ଫୋନ କରିବାରୁ ପୋଲିସ ଫୋନ ଉଠାଇ ଏହି ପରିସ୍ଥିତି ନେଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲା । ଯୁବକ ଜଣକ ମହାନଦୀ କୁ ଡେଇଁ ଥିବା ସନ୍ଦେହ କରି ଅଗ୍ନିଶମ ବିଭାଗ ଦ୍ୱାରା ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ବର୍ତ୍ତମାନ ହୀରାକୁଦ ରୁ ୧୨ ଗେଟ ଖୋଲା ଯାଇଥିବା ବେଳେ ସର୍ଚ୍ଚ ଅପରେସନ ରେ ବହୁ କଷ୍ଟ ହେଉଥିବା ସୂଚନା ମିଳିଛି । ତେବେ ଏନେଇ ପରିବାର ଲୋକଙ୍କ ପକ୍ଷରୁ ଟାଉନ ଥାନା ରେ ଏକ ନିଖୋଜ ମାମଲା ଜାରି ହୋଇଛି ।

ସମୀରଣ ନିଜ ସ୍ତ୍ରୀ ଓ ୨ ପିଲାଙ୍କ ସହ ସମ୍ବଲପୁରରେ ଘର ଭଡ଼ା ନେଇ ରହୁ ଥିବା ଜଣାପଡିଛି । ସମୀରଣ କେଉଁ କାରଣ ପାଇଁ ମହାନଦୀକୁ ଡେଇଁ ଆତ୍ମହତ୍ୟା କଲେ ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

Leave a Reply

Your email address will not be published. Required fields are marked *