Pratidin TV

Odisha's Digital News Platform

ପୁଣି ମୁଣ୍ଡୁଳି ବ୍ରିଜ୍‌ରେ ଅଘଟଣ

1 min read

କଟକ : ପୁଣି ମହାନଦୀ ମୁଣ୍ଡୁଳି ବ୍ରିଜ୍‌ରେ ଅଘଟଣ । ଆଜି ସକାଳୁ ଆଠଗଡର ମୁଣ୍ଡୁଳି ବ୍ରିଜ୍‌ରୁ ମହାନଦୀକୁ କେହି ଡେଇଁଥିବା ସନ୍ଦେହରେ ପୋଲିସ ଓ ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେଶନ ଜାରି ରହିଛି । ବ୍ରିଜ୍ ଉପରୁ ଏକ ବାଇଗଣୀ ରଙ୍ଗର ସ୍କୁଟି ଯାହାର ଗାଡିନଂ- OD19T1059 ଠାବ କରାଯାଇଛି ।

ସ୍କୁଟି ପାଖରୁ ଚପଲ ହେଲମେଟ ଇତ୍ୟାଦି ଦେଖି ସ୍ଥାନୀୟ ଲୋକେ ପୋଲିସ ଫାଣ୍ଡିକୁ ଫୋନ କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଜି ନଦୀରେ ଖୋଜା ଖୋଜି ଜାରି ରଖିଛି ।
ତେବେ ନିକଟରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ଜଣେ ବ୍ୟକ୍ତି ଏହି ସ୍ଥାନରେ ଆତ୍ମହତ୍ୟା କରିଥିଲେ । ଏନେଇ ପୋଲିସ ବ୍ରିଜ୍ ଉପରେ ଥୁଆହୋଇଥିବା ସ୍କୁଟିକୁ ଦେଖି ତାର ମାଲିକ ଜଣଙ୍କ ମହାନଦୀକୁ ଡେଇଁ ପଡିଥିବା ଅନୁମାନ କରଛି ।

Advertisement

Leave a Reply

Your email address will not be published. Required fields are marked *