Pratidin TV

Odisha's Digital News Platform

କଟକରେ ଅନ୍ଧବିଶ୍ୱାସ : ଡାହାଣୀ ସନ୍ଦେହରେ ମହିଳାଙ୍କୁ ତଣ୍ଟି କାଟି ହତ୍ୟା କଲେ ଯୁବକ

କଟକ : କଳିଯୁଗରେ ମଣିଷକୁ ଘାରିଛି ଅନ୍ଧବିଶ୍ୱାସ ନିଶା । ମଦ,ହତ୍ୟା,ଚୋରୀ ଭଳି ଅପରାଧଠୁ ବଳି ଗଲାଣୀ ଅନ୍ଧବିଶ୍ୱାସରତ୍ତସତ୍ତା । ଯାହାକୁ ନେଇ ଦେଖାଦେଇଛି ଅନେକ ପ୍ରକାରର ଅପରାଧ । ଗାଁ ଗାଉଁଲିଙ୍କୁ ଛାଡିଲେ ମଧ୍ୟ କଟକ ଭଳି ସହରରେ ଦେକାଦେଇଛି ଏଭଳି ଅନ୍ଧବିଶ୍ୱାସ । ଯାହା ଘଟାଇବସିଛି ମଣିଷ ହାତରେ ଏକ ବଡ ଅପରାଧ ।

ସୂଚନା ଅନୁଯାୟୀ କଟକ ଜିଲ୍ଲା ଚୌଦାର ଅଞ୍ଚଳରର ଟାଙ୍ଗୀ ଥାନା ଅନ୍ତର୍ଗତ ଚନ୍ଦପୁର ଗାଁରେ ବାଗୁନ ପୂର୍ତ୍ତି ନାମକ ଜଣେ ବ୍ୟକ୍ତିର ସ୍ତ୍ରୀ ଏବଂ ପିଲାର ଦେବ ପ୍ରାୟ ସବୁସମୟରେ ଖରାପ ରହୁଥିଲା । ନିଜ ସ୍ତ୍ରୀ ପିଲାକୁ ଡାକ୍ତର ଦେଖାଇବା ପରିବର୍ତ୍ତେ ବ୍ୟକ୍ତି ଜଣକ ଏହାକୁ ଅନ୍ଧବିଶ୍ୱାସ ଭାବିଥିଲା । ଘର ପାଖରେ ରହୁଥିବା ଜଣେ ମହିଳାଙ୍କୁ ଡାହାଣୀ ଭାବି ତାଙ୍କ ନଜର ପଡୁଥିବାରୁ ସ୍ତ୍ରୀ ପିଲାଙ୍କ ଦେହ ଭଲହେଉନାହିଁ ବୋଲି ମନେ ମନେ ସ୍ଥିର କରିନେଇଥିଲା । ଏହି ସନ୍ଦେହ ଧିରେ ଧିରେ ବଢି ଶେଷରେ ହତ୍ୟା ଭଳି ଉଗ୍ର ରୂପ ନେଇଥିଲା । ବ୍ୟକ୍ତି ଜଣଙ୍କ ବୁଧବାର ଦିନ ସୁଯୋଗ ଉଣ୍ଡି ଧାରୁଆ ଅସ୍ତ୍ରରେ ମହିଳାଙ୍କ ତଣ୍ଟି କାଟି ହତ୍ୟା କରିଥିଲା । ମହିଳାଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ରକ୍ତାତ ଅବସ୍ଥାରେ ଦେଖି ତାଙ୍କୁ ଚିକିତ୍ସାଳୟ ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅଭିଯୋଗ ପାଇ ଟାଙ୍ଗୀ ପୁଲିସ ସାଇଣ୍ଟିଫିକ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଛେଦ ପାଇଁ କଟକ ବଡ ମେଡିକାଲ ପଠାଇଛି । ଘଟଣା ଘଟାଇ ହତ୍ୟାକାରୀ ଫେରାର ହୋଇଯାଇଛି । ଆଜିବି ଏଭଳି ଅନ୍ଧ ବିଶ୍ୱାସରେ ଲୋକଙ୍କ ଜୀବନ ଯାଉଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *