Pratidin TV

Odisha's Digital News Platform

ନିଜେ ଡାକିଲେ ନିଜ ମରଣ , ସିଂହ ସହ ସେଲ୍ଫି ନେଇ ଚାଲିଗଲା ଯୁବକର ଜୀବନ ..

1 min read

ଆଜିର ଯୁବପୀଢୀ ସେଲଫି ମାନିଆ ହୋଇଛନ୍ତି । ଫଟୋ ଉଠାଇବାର ବ୍ୟାକୁଳତା ତାଙ୍କ ଜୀବନ ନେଉଛି । ତଥାପି ସଜାଗ ଆଉ ସତେଚନାର ଅଭାବ ଏବେ ମଧ୍ୟ ପରିଲିଖିତ । ନିଜ ନିଜ ମରଣକୁ ନିମନ୍ତ୍ରଣ କରୁଛନ୍ତି । ଏବେ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ସେଲଫି ପାଇଁ ଜଣେ ବ୍ୟକ୍ତିଙ୍କର ଜୀବନ ଚାଲିଯାଇଛି । ସେଲ୍ଫି କିଛି ବି କରିବାକୁ ପଛାଉ ନାହାନ୍ତି ଯୁବପିଢୀ । ସେଲ୍ଫି ନିଶାରେ ପାଗଳ ହୋଇ ସିଂହ ଖୁଆଡରେ ପଶିଥିଲେ ଯୁବକ । ସିଂହ ସେଲ୍ଫି ନେଉଥିବା ବେଳେ ହିଂସ୍ର ପାଲଟି ଯାଇଥିଲେ ଖୁଆଡ଼ରେ ଥିବା ଗୋଟିଏ ସିଂହ ତାଙ୍କୁ ଘୋଷାଡ଼ି ନେଇ ଖିନଭିନ କରି ମାରି ଦେଇଛି ।

ଘଟଣାଟି ଆନ୍ଧ୍ରପ୍ରଦେଶର ତିରୁପତି ଚିଡିଆଖାନାରେ ଗୁରୁବାର ଏହି ଘଟଣା ଘଟିଛି ବୋଲି ଜଣାପଡିଛି । ତିରୁପତି ଚିଡିଆଖାନାରେ ସିଂହ ସହ ସେଲ୍ଫି ନେବାକୁ ଚେଷ୍ଟା କରି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସୂଚନାନୁଯାୟୀ ଗୁରୁବାର ଯୁବକ ଜଣଙ୍କ ଶ୍ରୀ ଭେଙ୍କଟଶ୍ୱର ଜୁଲୋଜିକାଲ ପାର୍କକୁ ବୁଲିବାକୁ ଯାଇଥିଲେ । ଚିଡ଼ିଆଖାନାର ନିୟମ ହେଲା କେହି ବି ପଶୁଜନ୍ତୁଙ୍କୁ ହଇରାଣ କରିବେ ନାହିଁ କିମ୍ବା ଖୁଆଡ଼ରେ ପ୍ରବେଶ କରିବେ ନାହିଁ । କିନ୍ତୁ ଯୁବକ ଜଣଙ୍କ ସବୁ ନିୟମକୁ ଉଲ୍ଲଙ୍ଘନ କରି ସିଂହ ଖୁଆଡ଼ ଭିତରକୁ ଡେଇଁ ପଡ଼ିଥିଲେ । ସେ ସେଠାରେ ସିଂହ ସହ ସେଲଫି ନେବାକୁ ଚେଷ୍ଟା କରିଥିଲେ ।

Advertisement

ଏହା ଦେଖି ଖୁଆଡ଼ରେ ଥିବା ଗୋଟିଏ ସିଂହ ତାଙ୍କ ଆଡ଼କୁ ଡିଆଁ ମାରିଥିଲା । ଯୁବକ ଜଣଙ୍କ ସିଂହ ଆକ୍ରମଣରୁ ବର୍ତ୍ତିବା ପାଇଁ ନିକଟରେ ଥିବା ଗଛରେ ଚଢ଼ି ଯାଇଥିଲେ । କିନ୍ତୁ ସିଂହଟି ସେଠାରୁ ତାଙ୍କୁ ଘୋଷାଡ଼ୀ ଆଣିଥିଲା । ଏହାପରେ ତଳେ ପକାଇ ଖିନିଭିନ କରି ମାରି ଦେଇଥିଲା । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଗୋଟିଏ ମାମଲା ରୁଜୁ କରିଛି । ସେହିପରି ଖୁଆଡ଼ରେ ବୁଲୁଥିବା ମଣିଷ ଖିଆ ସିଂହକୁ ପିଞ୍ଜରାରେ ଭର୍ତ୍ତି କରାଯାଇଛି । ପୁଲିସ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି, ବ୍ୟକ୍ତି ଜଣକ ନିଶା ସେବନ କରିଥିଲେ । ସେ ଏକାକୀ ଚିଡିଆଖାନା ଆସିଥିଲେ, ତାଙ୍କ ପରିବାର ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି । ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ ।

Leave a Reply

Your email address will not be published. Required fields are marked *