Pratidin TV

Odisha's Digital News Platform

ଚାହିଁବାକୁ ନେଇ ତୁମୁଳକାଣ୍ଡ……ସାଙ୍ଗ ସହ ମିଶି ଯୁବକଙ୍କୁ ଛୁରୀ ଭୁଷିଲେ ୨ ଯୁବତୀ

ସିଗାରେଟ ଟାଣିବା ଏବେ ଟ୍ରେଣ୍ଡ ହୋଇଗଲାଣି | ଯୁବକ ଠାରୁ ଆରମ୍ଭ କରି ଯୁବତୀ ପର୍ଯ୍ୟନ୍ତ ସମସ୍ତେ ଟାଣୁଛନ୍ତ୍ତି ସିଗାରେଟ | ଏହା ଏବେ ସାଧାରଣ ବିଷୟବସ୍ତୁ ହୋଇଗଲାଣି | କିନ୍ତୁ ଏବେ ମଧ୍ୟ ଯୁବତୀ ସିଗାରେଟ ଟାଣିବା କିଛି ଲୋକଙ୍କ ପାଇଁ ଆଶ୍ଚର୍ଯ୍ୟର ବିଷୟ | ଯୁବତୀ ସିଗାରେଟ ଟାଣିଲେ ଯାହା ହେଲେ ମଧ୍ୟ ଲୋକ ତାଙ୍କୁ ଦେଖିଥାନ୍ତି | ତେବେ ଏହି ସିଗାରେଟ ଟାଣିବାକୁ ନେଇ ଘଟିଛି ଭୟଙ୍କର କାଣ୍ଡ | ବିଳମ୍ବିତ ରାତିରେ ଜଣେ ୨୮ ବର୍ଷ ବୟସ୍କା ବ୍ୟକ୍ତିଙ୍କୁ ଛୁରୀ ଭୁଷିବା ଅଭିଯୋଗରେ ଜଣେ ମହିଳା ତାଙ୍କ ଦୁଇ ସାଙ୍ଗଙ୍କ ସହ ଗିରଫ କରିଛି ପୋଲିସ । ପୋଲିସ କହିଥିଲା ଯେ ବ୍ୟକ୍ତି ଜଣକ ଏକ ପାନ ଦୋକାନରେ ସିଗାରେଟ ଟାଣୁଥିବା ବେଳେ ତାଙ୍କ ଆଡକୁ ଅନାଇଥିବାର ଅଭିଯୋଗ ହେବା ପରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ମହାରାଷ୍ଟ୍ରର ନାଗପୁରର ମହାଲକ୍ଷ୍ମୀନଗର ଅଞ୍ଚଳର ଫେମସ୍‌ ଲକ୍ଷ୍ମଣ ତାଓ୍ୱଡେ ପାନ ଦୋକାନକୁ ଦୁଇ ଜଣ ଯୁବତୀ ତଥା ୩0 ବର୍ଷୀୟ ଜୟଶ୍ରୀ ଏବଂ ୨4 ବର୍ଷୀୟ ସବିତା ସେଠି ସିଗାରେଟ ଟାଣୁଥିଲେ | ଏହି ସମୟରେ ପୂର୍ବରୁ ଏଠାରେ ସିଗାରେଟ୍‌ ଟାଣୁଥିବା ରଞ୍ଜିତ ରାଠୋର ଉଭୟ ଯୁବତୀଙ୍କୁ ଆଶ୍ଚର୍ଯ୍ୟ ଚକିତ ହୋଇ ଅନାଇଥିଲା | ଏହାକୁ ନେଇ ଘଟିଥିଲା କାଣ୍ଡ |

ପ୍ରଥମେ ସେ ଯୁବକ ଉପରେ ସିଗାରେଟ ଧୁଆଂ ଛାଡିଥିଲେ ଜୟଶ୍ରୀ | ଏବଂ ପ୍ରଶ୍ନ କରିଥିଲେ ଏପରି ଚାହୁଁଛୁ \ ବାସ ଏତିକିରେ ଆରମ୍ବ ହୋଇଯାଇଥିଲା ବିବାଦ | ଏପରି ଝଗଡା ମଧ୍ୟରେ ରଞ୍ଜିତ ନିଜ ଫୋନ ବାହାର କରି ଦୁଇ ଯୁବତୀଙ୍କ ଦୁର୍ବ୍ୟବହାର କରୁଥିବା ଭିଡ଼ିଓ ରେକର୍ଡ କରୁଥିଲେ | ଏଥିରେ ଉତ୍ୟକ୍ତ ହୋଇ ଯୁବତୀ ତାଙ୍କ ଅନ୍ୟ ୨ ପୁରୁଷ ବନ୍ଧୁଙ୍କୁ ଡାକିଥିଲେ | ପରେ ପୁରୁଷ ବନ୍ଧୁ ଆସି ଝଗଡା ଏବେ ମଧ୍ୟରେ ରଞ୍ଜନକୁ ଛୁରୀରେ ଆକ୍ରମଣ କରିଥିଲେ ଓ ତାଙ୍କର ମୃତ୍ୟୁ ହୋଇଥିଲା | ଏବଂ ସେଠାରୁ ୨ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ମିଶି ଫେରାର ହୋଇଯାଇଥିଲେ |

ପରେ ଘଟଣାର ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା | ଘଟଣାସ୍ଥଳକୁ ଯାଇ ପୋଲିସ ସିସିଟିଭି ଫୁଟେଜ ଆଧାରରେ ୨ ଯୁବତୀଙ୍କ ସହ ତାଙ୍କର ପୁରୁଷ ବନ୍ଧୁଙ୍କୁ ଗିରଫ କରିଥିଲା |

Leave a Reply

Your email address will not be published. Required fields are marked *