Pratidin TV

Odisha's Digital News Platform

ଶ୍ରଦ୍ଧା ୱାକର୍ ମର୍ଡର ରିପିଟ୍ : ପ୍ରେମିକାକୁ ଭୁବନେଶ୍ୱର ସୁରତ ନେଇ ୪୯ ଥର ଝୁରା ମାଡ କରି ହତ୍ୟା ..

1 min read

ଭୁବନେଶ୍ୱର : ଦିଲ୍ଲୀର ନିର୍ମମ ହତ୍ୟା କାଣ୍ଡ ମନରୁ ନଲିଭୁଣ , ପୁଣି ଏପରି ହୃଦୟ ବିଦାରକ ଘଟଣା ଘଟିଛି ସୁରତରେ । ପ୍ରେମିକାକୁ ଭୁବନେଶ୍ୱରରୁ ସୁରତ ନେଇ ନିର୍ମମ ଭାବେ ହତ୍ୟା କରିଥିଲା ପ୍ରେମିକ । ରାଗରେ ପଶୁ ପାଲଟିଯାଇଥିଲା ପ୍ରେମିକ । ଯାହା ଫଳରେ ପ୍ରେମିକାକୁ ୪୯ ଥର ଝୁରା ମାଡ କରି ହତ୍ୟା କାଣ୍ଡ ରଚାଇଥିଲା । ମୃତ ଯୁବତୀ ଜଣଙ୍କ ହେଉଛନ୍ତି ଭୁବନେଶ୍ୱରର ଲୁନି ଦାସ୍ ।

ଗୁଜୁରାଟ୍ ପୋଲିସ ସୂଚନା ଅନୁଯାୟୀ , ପ୍ରାୟ ୧୫ ଦିନ ପୂର୍ବେ ସୁରତ ଅଞ୍ଜନି ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ପାଖରୁ ଲୁନିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା ପୁଲିସ୍ ପ୍ରାଥମିକ ତଦନ୍ତ ଆରମ୍ଭ କରି ଏହା ଓଡ଼ିଅ ଯୁବତୀ ଲୁନି ଦାସଙ୍କ ମୃତଦେହ ବୋଲି ଜାଣିବାକୁ ପାଇଥିଲା। ଏହାପରେ ପୁଲିସ୍ ଏହି ଘଟଣାର ତନାଘନା ଆରମ୍ଭ କରି ୫୦୦ରୁ ଅଧିକ ସିସିଟିଭି ଫୁଟେଜ୍ ଓ କଲ୍ ଡିଟେଲ୍ସର ତଦନ୍ତ କରିବା ପରେ ତାଙ୍କ ପ୍ରେମିକ ଜଗନ୍ନାଥକୁ ଗିରଫ କରିଛି।

Advertisement

ତେବେ ଲୁନିଙ୍କର ପ୍ରେମିକ ଜଗନ୍ନାଥ ସହିତ ଦୀର୍ଘ ୩ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା । ଏପରିକି ଲୁନି ନିଜ ପ୍ରେମ ପାଇଁ ପରିବାକୁ ପର କରି ଜଗନ୍ନାଥ ପାଖକୁ ଧାଇଁ ଆସିଥିଲା । ୩ ବର୍ଷର ସମ୍ପର୍କକୁ ଲୁନି ବିବାହରେ ପରିଣତ କରିବା ପାଇଁ ଜଗନ୍ନଥକୁ ବାରମ୍ବାର କହୁଥିଲା । ଏବଂ ନିଜେ ବଧୂ ସାଜିବାର ସ୍ୱପ୍ନ ଦେଖୁଥିଲା । କିନ୍ତୁ ଅନ୍ୟପଟେ ଜଗନ୍ନାଥ ଲୁନିକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ସଡଯନ୍ତ୍ର ଚଲାଇଥିଲା । ଏଥିନିମନ୍ତେ ସୁଚିନ୍ତିତ ଯୋଜନା କରି ଦୁଇ ସପ୍ତାହ ତଳେ ଭୁବନେଶ୍ୱର ଯାଇ ପୁରୀ-ଅହମ୍ମଦାବାଦ୍ ଟ୍ରେନ୍ରେ ଲୁନିକୁ ସୁରତ ଆଣିଥିଲା ଜଗନ୍ନାଥ । ଆଉ ଯୋଜନା ମୁତାବକ ସିଧା ଅଞ୍ଜନି ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ପାଖରେ ଥିବା ନିଛାଟିଆ ଜାଗାକୁ ନେଇ ଯାଇଥିଲା। ସେଠାରେ ଧାରୁଆ ଅସ୍ତ୍ରରେ ହାଣି ତାକୁ ହତ୍ୟା କରିଥିଲା ।

ଜଗନ୍ନାଥର ରାଗ ଏତେ ଥିଲା ଯେ, ନିଜ ପ୍ରେମିକାଙ୍କୁ ୪୯ ଥର ଛୁରୀରେ ଆକ୍ରମଣ କରି ହତ୍ୟା କରିଥିଲା । ଏବେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *