Pratidin TV

Odisha's Digital News Platform

୬ ମାସ ପୂର୍ବରୁ ମାରି ମହିଳାଙ୍କୁ ଫିଙ୍ଗିଥିଲେ ପାଇଖାନା ଟାଙ୍କିରେ ,ଆଜି ଉଦ୍ଧାର କଲା ପୋଲିସ

କୋରାପୁଟ : ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା କାକିରିଗୁମ୍ମାରେ । ପାଇଖାନା ଟାଙ୍କିରୁ ମିଳିଲା ୬ ମାସ ତଳର ମୃତଦେହ । ସୂଚନା ଅନୁଯାୟୀ କାକିରିଗୁମ୍ମା ଜଣେ ମହିଳା ୬ ମାସ ଧରି ନିଖୋଜ ଥିବା ଅଭିଯୋଗ ଆଣିଥିଲେ ଶଶୁରଘର ଲୋକେ । ବୋହୁ କୁଆଡେ ଗାଏବ୍ ହେଇଯାଇଛି କହି ଥାନାରେ ଅଭିଯୋଗ ଆଣିଥିଲେ ସ୍ୱାମୀ ଓ ଶଶୁରଘର ଲୋକେ । ଏନେଇ ପୋଲିସ ମଧ୍ୟ ନିଜ ତରଫରୁ ତଦନ୍ତ ଆରମ୍ଭ କରିଦେଇଥିଲା ।

ତେବେ ଆଜି ଏହି ଘଟଣାର ପୁରା ସତ ସାମ୍ନାକୁ ଆସିଛି । ନିଖୋଜ ଥିବା ମହିଳା ଜଣଙ୍କର ବାପଘର ଲୋକେ ଏହାର କିଛି ଦିନ ପରେ ଝିଅର ସ୍ୱାମୀ ଓ ଶଶୁର ଘର ଲୋକଙ୍କ ନାରେ ଏତଲା ଦେଇଥିଲେ ଥାନାରେ । ଏହା ସହ ଉକ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ ବୋଲି ଦାବି ମଧ୍ୟ କରିଥିଲେ । ଝିଅ ଆମର ନିଖୋଜ ନାହିଁ ବରଂ ତା ଶଶୁର ଘର ଲୋକେ ପିଟୁଥିଲେ ତାକୁ ଏବଂ ସେଇମାନେ ହିଁ ଆମ ଝିଅକୁ ମାରି ଦେଇଛନ୍ତି ବୋଲି ଅଭିଯୋଗ ଆଣିଥିଲେ ବାପ ଘରଲୋକେ ।

ଏନେଇ ପୋଲିସ ଘଟଣାଟିର ତଦନ୍ତ କରିବା ସହ ନିଖୋଜ ଥିବା ମହିଳା ଜଣଙ୍କର ସ୍ୱାମୀକୁ ଜେରା କରିଥିଲା । ଏହାପରେ ଆଜି ସମ୍ପୂର୍ଣ୍ଣ ମାମଲାଟି ସାମ୍ନାକୁ ଆସିଛି । ସ୍ୱାମୀଙ୍କ କହିବା ଅନୁଯାୟୀ ୬ ମାସ ତଳେ ସ୍ୱାମୀ ସ୍ତ୍ରୀ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ସେହି ସମୟରେ ରାଗରେ ସ୍ୱାମୀ ସ୍ତ୍ରୀଙ୍କୁ ପେଲି ଦେଇଥିଲେ । ଭାରସାମ୍ୟ ହରାଇ ମହିଳା ଜଣଙ୍କ କାନ୍ଥରେ ପିଟିହୋଇଯାଥିଲେ । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଯାହାଦ୍ୱାରା ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସ୍ୱାମୀ ଏବଂ ଶଶୁର ଘରଲୋକେ ଡରିଯାଇ ମୃତ ଶରୀରକୁ ପାଇଖାନା ଟାଙ୍କିରେ ଫପାଡି ଦେଇଥିଲେ । ଯାହା ଆଜି ପୋଲିସ ଦ୍ୱାରା ଉଦ୍ଧାର କରାଯାଇଛି । ଏନେଇ ପୋଲିସ ମହିଳା ଜଣଙ୍କର ସ୍ୱାମୀ ଓ ଶଶୁର ଘର ଲୋକଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Leave a Reply

Your email address will not be published. Required fields are marked *