ମାନବିକତା ହରାଇବସିଛି ମଣିଷ ; ଅକୁହା ପଶୁକୁ ଦେଲା ଏଭଳି ଦଣ୍ଡ….
1 min readରାୟଗଡା : ମାନବିକତା ହରାଇବସିଛି ମଣିଷ । ଧାନ ତଳି ଖାଇ ଦେବାରୁ ଗାଇକୁ ଦେଲା ଏଭଳି ଦଣ୍ଡ ।ଶେଷରେ କଅଁଳ ବାଛୁରୀକୁ ଧରି ମାଲିକ ଥାନାରେ ହେଲେ ଦ୍ୱାରସ୍ଥ। ଥାନା ଆଗରେ ମାଆକୁ ଖୋଜୁଛି କଅଁଳା ବାଛୁରୀଛୁଆ। ଖାଲି ହମ୍ବାରଡ଼ି ଛାଡ଼ୁଛି ଆଉ ସେ ହମ୍ବାରଡ଼ି ଶବ୍ଦରେ ଲୁଚି ରହିଛି ମାଆକୁ ବିକଳ ହୋଇ ଖୋଜୁଥିବାର ବ୍ୟକୁଳ । ଖାଇବାକୁ ଦେଲେବି ମୁହଁ ଫେରାଇଦେଉଛି ଦୁଇ ମାସର କଅଁଳା ଛୁଆ କାରଣ ସେହି କଅଁଳା ଛୁଆଟିର ମାକୁ କେହି ଜଣେ ବାନ୍ଧିକି ରଖିଛି ।
ଏଭଳି ସ୍ପର୍ଶକାତର ଘଟଣା ଦୁଇ ମାସର କଅଁଳା ବାଛୁରୀ ସାଙ୍ଗରେ ଘଟିଛି। କାରଣ ତା ମାଆ କାହାର ଦୁଇ ବୁଦା ଧାନତାଳି ଖାଇଦେଇଛି। ଆଉ ସେଥିପାଇଁ ମାଆ ଗାଇଟିକୁ ଚାରିଦିନ ଧରି ବାନ୍ଧି ରଖିଛନ୍ତି ଧାନ ତଳି ପକାଇଥିବା ମାଲିକ। ସୂଚନାମୁତାବକ ଭଦ୍ରକ ଗ୍ରାମାଞ୍ଚଳ ଥାନାଧିନ ଗେଲପୁର ଗ୍ରାମର ରିତାରାଣୀ ମଲ୍ଲିକ ଚାରିଦିନ ତଳେ ମାଆ ଗାଇଟି ହଜିଯାଇଥିଲା ଓ ତାହାର ଦୁଇ ମାସର କଅଁଳ ବାଛୁରୀଟିଏ ଥିବାରୁ ଅନେକ ଖୋଜାଖୋଜି କରିଥିଲେ ଗାଇ ମାଲିକ। ତେବେ କୌଣସି ସୂତ୍ରରୁ ଖବର ପାଇଥିଲେ କି ସେହି ଗେଲପୁର ଗ୍ରାମର ସନା ଜେନା ନାମକ ବ୍ୟକ୍ତି ଗାଇଟିକୁ ବାନ୍ଧି ରଖିଛନ୍ତି। ତେବେ ଗାଇ ମାଲିକ କାରଣ ଖୋଜିବାରୁ ସନା ଜେନା କହିଥିଲେ କି ଗାଇ ତାଙ୍କର ତଳି ରୁଆ ବିହନକୁ ଖାଇଦେଇଛି। ତେଣୁ ତାଙ୍କର କ୍ଷତି ହୋଇଛି ତେଣୁ ସେ ଗାଇଟିକୁ ଛାଡିପାରିବେ ନାହିଁ କିନ୍ତୁ ଗାଈ ମାଲିକ ରିତାରାଣୀ କ୍ଷତିପୂରଣ ଦେବା ପାଇଁ ସନା ଜେନାକୁ କହିଥିଲେ ଏବଂ କ୍ଷତିପୂରଣ ବାବଦକୁ ୨୦୦୦ ଟଙ୍କା ଫୋନ ପେ ମାଧ୍ୟମରେ ସନା ଜେନାଙ୍କୁ ଦେଇଥିଲେ ପୂଜା।
କିନ୍ତୁ ୨୦୦୦ ଟଙ୍କା ପାଇବା ପରେ ମଧ୍ୟ ସନା ଜେନା ଗାଇଟିକୁ ଛାଡ଼ିନଥିଲେ ପୁଣି ୧୦ ହଜାର ଟଙ୍କା ଦାବିକରିଥିଲେ ।
ଶେଷରେ ନିରାଶ ହୋଇ ଥାନାରେ ଦ୍ୱାରସ୍ତ ହୋଇଛନ୍ତି ଗାଈ ମାଲିକ ରିତାରାଣୀ ମଲ୍ଲିକ। ମଣିଷ ଏଠି ଜ୍ଞାନ ହୀନ ହୋଇଯାଇଛି କାରଣ ଆମେ ପୂଜା କରୁଥିବା ଗୋମାତାଙ୍କୁ ସମ୍ମାନ ତ ଦେବା ଦୂରର କଥା ଗୋମାତା ର ଦୁଇ ମାସର କଅଁଳ ବାଛୁରୀ କଥା ବି ମଣିଷ ଚିନ୍ତା ବି ଟିକେ କଲା ନାହିଁ ।