Pratidin TV

Odisha's Digital News Platform

ଦୁର୍ଘଟଣାରେ ଚାଲିଗଲା ସୁଶୀଲଙ୍କ ଜୀବନ , କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ରାସ୍ତା ଅବରୋଧ।

1 min read

କଳାହାଣ୍ଡି ; କଳାହାଣ୍ଡି ଜିଲ୍ଲା,ତରାପୁର ଧର୍ମଗଡ ରାସ୍ତା ମାଝିପଡ଼ା ନିକଟରେ ବାଇକ୍ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ ମୋଟେର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଟଲୁଗୁଡ଼ା ଗ୍ରାମର ଭକ୍ତରାମ ଜାଲ ଓ ତାଙ୍କ ସ୍ତ୍ରୀ ସୁଶୀଳା ଜାଲ ନିଜ ଭାଣିଜିର ଵିଵାହ ଉତ୍ସବରେ ଯୋଗଦେବା ପାଇଁ ବୋଡ଼େନ ଯାଇଥିଲେ। ଗତକାଲି ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ତରାପୁର ମାଝିପଡା ନିକଟରେ ପଛ ପଟରୁ ଆସୁଥିବା ଏକ ବାଇକ୍ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଭକ୍ତ ରାମ ଜାଲଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଧକ୍କା ଦେଇଥିବା ବାଇକ୍ ରେ ମଧ୍ୟ ତିନିଜଣ ଆସୁଥିଲେ। ସେମାନେ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଆହତ ମାନଙ୍କୁ ଧର୍ମଗଡ ଡାକ୍ତରଖାନାକୁ ନିଆଯାଇଥିବା ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପ୍ରଶାସନ ପହଞ୍ଚିଲା ପରେ ମୃତ ଭକ୍ତରାମଙ୍କ ସ୍ତ୍ରୀ ଙ୍କୁ ଡାକ୍ତରଖାନା ନିଆଯାଇ ଚିକିତ୍ସା ପାଇଁ ଭର୍ତ୍ତି କରଯାଇଥିଲା। ଫଳରେ ପରିବାର ଲୋକେ କ୍ଷତିପୂରଣ ଦାବୀରେ ତରାପୁର ଧର୍ମଗଡ ରାସ୍ତାକୁ

Advertisement

ଅବରୋଧ କରି କ୍ଷତି ପୂରଣ ଦାବୀରେ ଧାରଣାରେ ବସିଥିଲେ। ବର୍ତ୍ତମାନ ପର‌୍ୟ୍ୟନ୍ତ ପ୍ରଶାସନ ପହଞ୍ଚି ନ ଥିବା ସୂଚନା ମିଳିଛି। ଯଦି ପ୍ରଶାସନ ତରଫରୁ କୌଣଷି କ୍ଷତିପୂରଣ ଦିଆ ନ ଯାଏ ତାହେଲେ ରାସ୍ତା ଅବରୋଧ ଜାରୀ ରହିବ ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି। ପରେ ଶୁଣି ବାକୁ ପାଇଲୁ ଜେ ପ୍ରଶାସନ ବିଭାଗ ଆସି ପରିବାର ସହିତ ଆଲୋଚନା କଲା ପରେ ରାସ୍ତା ରୁ ଶବ ହଟିଲା।

Leave a Reply

Your email address will not be published. Required fields are marked *