ସୁଝି ପାରିଲେଣି ଋଣ , ଟ୍ରେନ୍ ସାମ୍ନାରେ ହାରିଲେ ଜୀବନ …..
1 min readବଲାଙ୍ଗୀର : ବଲାଙ୍ଗୀର ସହର ସୁଦପଡା ରେଲୱେ ଫ୍ଲାଏଓଭର ବ୍ରିଜ ଠାରେ ଟ୍ରେନରେ କଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ତେବେ ମୃତ ବ୍ୟକ୍ତି ଜଣକ ଓଡ଼ିଆପାଲି ଗ୍ରାମର ତାରାକାନ୍ତ ସାହୁ ବୋଲି ଜଣାପଡିଛି ।
ପରିବାର ଲୋକଙ୍କ କହିବା ଅନୁସାରେ ତାରାକାନ୍ତ ଫାଇନାନ୍ସ ରେ ଏକ ଟାଟା ଏସି ଗାଡ଼ି କିଣିଥିଲେ । କିନ୍ତୁ କୋଭିଡ ପରେ ଗାଡ଼ି ଚଳାଚଳ ବନ୍ଦ ହେବାରୁ ବେପାର ମାନ୍ଦା ପଡିଯାଇଥିଲା । ଫଳରେ ସେ ଆଉ ଫାଇନାନ୍ସ ସୁଝି ପାରିନଥିଲେ । ଏହାପରେ ସେ ପ୍ରାୟ ସବୁବେଳେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ଆଜି ସକାଳୁ ଘରୁ ବାହାରି ଆସି ସୁଦପଡା ରେଳ ଫ୍ଲାଏ ଓଭର ଠାରେ ଥିବା ରେଳ ଲାଇନ ଉପରେ ଶୋଇ ସେ ଆତ୍ମହତ୍ୟା କରିଥିଲେ।
ଏନେଇ ଖବର ପାଇବା ପରେ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଜି ଆର ପି ପୋଲିସ ଶବକୁ ଉଦ୍ଧାର କରି ଭୀମଭୋଇ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।