Pratidin TV

Odisha's Digital News Platform

ଖୋଜୁଥିଲେ ସର୍ବଗୁଣା ସମ୍ପନ୍ନା ପତ୍ନୀ , ମିଳିଳେନି ଝିଅ କୁକରକୁ ବିବାହ କରିଲେ ଯୁବକ ..

1 min read

ବିବାହକୁ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ବିଚାର କରାଯାଏ। ପ୍ରତ୍ୟେକ ଝିଅ ଏବଂ ପୁଅ ବିବାହ କରିବାକୁ ଚାହାଁନ୍ତି। ଉଭୟଙ୍କ ବିବାହ ପାଇଁ ଏକ ବୟସ ମଧ୍ୟ ସ୍ଥିର କରାଯାଇଛି। ଯଦି ଜଣେ ବିବାହ ନ କରେ ତେବେ ପଡ଼ୋଶୀ ତଥା ସମ୍ପର୍କୀୟମାନେ ଥଟ୍ଟା ପରିହାସ କରିବା ଆରମ୍ଭ କରନ୍ତି। ତେବେ ଜଣେ ଯୁବକକୁ ଝିଅ ନମିଳିବାରୁ ସେ ଏମିତି କିଛି କରିଛନ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ଝିଅ ନମିଳିବାରୁ କୁକରକୁ ନିଜର ଜୀବନ ସାଥି କରିଛନ୍ତି ଯୁବକ । ଯାହା ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛି । ଏ କଥା ଆପଣ ଶୁଣିଲେ ଆପଣ ବିଶ୍ୱାସ କରିପାରିବେନି ହେଲେ ଏ କଥା ସମ୍ପୂର୍ଣ୍ଣ ସତ  । ଏବଂ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କ ଫଟୋ ଭାଇରଲ ହେବାରେ ଲାଗିଛି ।ଭାଇରାଲ ହେଉଥିବା ଫଟୋରେ ଖୋରୁଲ ଅନମ ନାମକ ଯୁବକ ଏକ ଧଳା ରଙ୍ଗର ବର ପୋଷାକ ପିନ୍ଧିଛନ୍ତି  ଏବଂ ତାଙ୍କ ସହିତ କୁକରକୁ ମଧ୍ୟ କନିଆ ବେଶରେ ସଜାଯାଇଛି ।

ଅନମ ନିଜ ଜୀବନସାଥୀ ବନାଇଥିବା ବେଗମ୍ କୁକରକୁ ଗୋରୀ, ଆଜ୍ଞାକାରୀ, ସୁନ୍ଦର ଏବଂ ରୋଷେଇରେ ପାରଦର୍ଶୀ ବୋଲି ବର୍ଣ୍ଣନା କରିଥିଲେ । ହେଲେ ନିକାହର ୪ଦିନ ପରେ ତାଙ୍କ ବେଗମ୍ କେବଳ ଭାତ ହିଁ ରୋଷେଇ କରିପାରେ କହି ତଲାଖ ମଧ୍ୟ ନେଇ ସାରିଛନ୍ତି ବାସ୍ତବରେ  ଏହି ଘଟଣା ସେପ୍ଟେମ୍ବର 2021 ର ଅଟେ | ବିବାହ ପରେ ଅନାମ ନିଜେ ନିଜ ଫେସବୁକ ହ୍ୟାଣ୍ଡେଲରେ ବିବାହର ଚିତ୍ର ସେୟାର କରିଥିଲେ |  ଯାହାକୁ ଦେଖି  ସ୍ଥାନୀୟ ଗଣମାଧ୍ୟମ ପୁରା ଘଟଣାକୁ ଏକ ପ୍ରଚାର ପ୍ରସାର ବୋଲି ବର୍ଣ୍ଣନା କରିଛି, ଯେଉଁଥିରେ ଅନାମଙ୍କର ମୂଳ ଉଦ୍ଦେଶ୍ୟ ହେଉଛି ସୋସିଆଲ ମିଡିଆରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା | ଇଣ୍ଡୋନେସିଆରେ ଅନାମ ଜଣେ ଅତି ଲୋକପ୍ରିୟ ବ୍ୟକ୍ତିତ୍ୱ | ସେ ପ୍ରାୟତ ଏହିପରି ଅଜବ ଗଜବ କାମ କରି  ଚର୍ଚ୍ଚାର ରହିଥା’ନ୍ତି |

Leave a Reply

Your email address will not be published. Required fields are marked *