Pratidin TV

Odisha's Digital News Platform

ଭୁଲିଯାଇଥିଲେ ଘର : ମନପକାଇଦେଲା ସ୍ୱପ୍ନ , ୨୨ବର୍ଷ ପରେ ଗାଆଁ କୁ ଫେରିଲେ ବିଶ୍ବମ୍ବର ..

1 min read

ଧର୍ମଶାଳା : ଦିନେ ରୋଗ ଗ୍ରସ୍ତ ହୋଇ ରୋଜଗର ହରାଇବାରୁ ଘରଛାଡ଼ି କେଉଁ ଆଡେ ଚାଲିଯାଇଥିଲେ। ହେଲେ ଦୀର୍ଘ ବାଇଶି ବର୍ଷ ପରେ ସ୍ବପ୍ନ ଦେଖି ଘରକୁ ଫେରିବାର ରାସ୍ତା ଖୋଜିଲେ ବିଶ୍ବମ୍ବର। ଆମେ କହୁଛୁ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ରାଇଛନ୍ଦା ପଞ୍ଚାୟତ ତୋଟାସାହି ଗାଁ ର ବିଶ୍ବମ୍ବର ରାଉତ ଙ୍କ କଥା। ଦୀର୍ଘ ୨୨ବର୍ଷ ତଳେ ପେଟରୋଗରେ ଆକ୍ରାନ୍ତ ହୋଇ ଧାରକରଜ କରି ଅସ୍ତ୍ରୋପଚାର କରାଇଥିଲେ ବିଶ୍ୱମ୍ବର । ଅସ୍ତ୍ରୋପଚାର ପରେ ଡାକ୍ତର ତାଙ୍କୁ ୫ ବର୍ଷ ଘରେ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ଧାରକରଜ କରି ଅସ୍ତ୍ରୋପଚାର କରାଇଥିବା ବିଶ୍ୱମ୍ବର ଏବଂ ତାଙ୍କ ପରିବାର ଆର୍ଥିକ ଦୂରାବସ୍ଥା ରେ ଦିନ କାଟୁଥିଲେ । ଏଣେ ଘରେ ବସିବାରୁ ରୋଜଗାରନଥିବାରୁ ମାନସିକ ଭାରସାମ୍ୟ ହରାଇ ବସିଥିଲେ ସେ। ହଠାତ ଦିନେ ସେ ଘରଛାଡ଼ି ଚାଲିଗଲେ। ତା’ ପରଠାରୁଆଉ ଘର-ପରିବାର ସହ ତାଙ୍କର କୌଣସି ସଂପର୍କ ନଥିଲା।

Advertisement

ଘରଲୋକ ଖୋଜିଖୋଜି ନିରାଶ ହୋଇ ସବୁଆଶା ଛାଡ଼ିଦେଇଥିଲେ। କିନ୍ତୁ ହଠାତ୍ ଆଜି ଦୀର୍ଘ ୨୨ବର୍ଷ ପରେ ସେ ଘରକୁ ଫେରିଲେ । ଯାହା ତାଙ୍କ ପରିବାରର ପାଇଁ ଏକ ଚତ୍ମକାର ଠାରୁ କିଛି କମ ନୁହେଁ । ଆଜି ତାଙ୍କୁ ଦେଖିବାକୁ ପ୍ରବଳ ଗହଳି ଧର୍ମଶାଳା ବ୍ଲକ ରାଇଛନ୍ଦା ପଞ୍ଚାୟତ ତୋଟାସାହି ଗ୍ରାମର ସ୍ବର୍ଗତ ଅନନ୍ତରାଉତଙ୍କ ପୁଅ ବିଶ୍ବମ୍ବର ରାଉତ (୫୫)ଙ୍କୁ ପାଇ ଆଜି
ପରିବାରର ଖୁସି କହିଲେନସରେ । ଏହା ଭିତରେ ଅନେକ କିଛି ବଦଳିଯାଇଛି। ସେ ମଧ୍ୟ ବାଟ ପଚାରିପଚାରି ନିଜଘରକୁ ଫେରିଛନ୍ତି। ଘରେ ବଡ଼ଭାଇ କୁଶ ଚନ୍ଦ୍ର ରାଉତ ବିଶ୍ବମ୍ବରଙ୍କ ଏକମାତ୍ର ଝିଅକୁ ବିବାହ ମଧ୍ୟ କରାଇଛନ୍ତି। ବିଶ୍ବମ୍ବରଙ୍କୁ ଯେତେବେଳେ ୩୩ ବର୍ଷ ହୋଇଥିଲା ସେ କାହାକୁ କିଛି ନଜଣାଇ ଘରୁ ପଳାଇ ଯାଇଥିଲେ। ଚଢ଼େଇଧରା ଅଞ୍ଚଳର ସଂପର୍କୀୟ ଭାଇ ସୁନାକର ସହ ମୁମ୍ବାଇ ଚାଲିଯାଇଥିଲେ।

ସେତେବେଳେ ଘରେ ତାଙ୍କର ପତ୍ନୀ ସମେତ ୫ ବର୍ଷର ଝିଅ ଓ ୩ ବର୍ଷ, ଦେଢ଼ ବର୍ଷ ଓ ୭ ମାସର ୩ ଜଣ ପୁଅ ଥିଲେ। ମୁମ୍ବାଇରେ ରହି ସେ ଟାଇଲ ମିସ୍ତ୍ରୀ ପାଖରେ ହେଲପର କାମ କରୁଥିଲେ। କିନ୍ତୁ ହଠାତ୍ ସଂପର୍କୀୟ ଭାଇ ସୁନାକରଙ୍କ ମୃତ୍ୟୁ ଘଟିଥିଲା। ଯାହା ବିଶ୍ବମ୍ବରଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଥିଲା। ସେ ନିଜ ଘରକଥା ବି ଭୁଲିଗଲେ। ମୁମ୍ବାଇ ମନୋହରପଡ଼ାରେ ଏକା ରହି ହିନ୍ଦୀ ଓ ସ୍ଥାନୀୟ ଭାଷା ଶିଖି କାମ କରିବାରେ ଲାଗିଲେ। ସେଠାରେ ଗତ ମଙ୍ଗବାର ରାତିରେ ଶୋଇଥିବା ବେଳେସ୍ବପ୍ନରେ ହଠାତ୍ ଘରକଥା ମନେପଡ଼ିଲା । ମାଲିକଙ୍କଠାରୁ ୩ହଜାର ଟଙ୍କା ମାଗି ଟ୍ରେନ୍ ଯୋଗେ ଭୁବନେଶ୍ବର ଆସି ଆଜି ପୂର୍ବାହ୍ନ ୧୧ ଟାରେ ନିଜ ଗାଁରାଇଛନ୍ଦା (ତୋଟାସାହି) ରେ ପହଞ୍ଚିଥିଲେ। ୨୨ ବର୍ଷ ହେଲା ନିଖୋଜ ଥିବାରୁ ବିଭିନ୍ନ ଚାପରେ ଘରେ ତାଙ୍କର ଶୁଦ୍ଧିକ୍ରିୟା ନିମନ୍ତେ ଆଲୋଚନା ଚାଲିଥିଲା। ଏପରି ସମୟରେ ହଠାତ୍ ବିଶ୍ବମ୍ବର ଘରେ ପହଞ୍ଚିଥିବାରୁ ପତ୍ନୀ ସଂଯୁକ୍ତା ଅତ୍ୟନ୍ତ ଆନନ୍ଦିତ ବୋଲି ପ୍ରକାଶ କରିଛନ୍ତି। ବଡ଼ପୁଅ ରଂଜନ ଙ୍କ କହିବାନୁସାରେ ମୋ ବାପା ଘରକୁ ଫେରିବା ସ୍ବପ୍ନ ଭଳି ଲାଗୁଛି ଜ୍ଝ ଏଥିପାଇଁ ଆମ୍ ପରିବାରରେ ସମସ୍ତେ ବେସ୍ ଖୁସି ଅଛୁ।

Leave a Reply

Your email address will not be published. Required fields are marked *