Pratidin TV

Odisha's Digital News Platform

ନାଚି ନାଚି ମାଲିକ ଆଗରେ ଢୋଲ ବଜାଇ ଚାକିର ଛାଡିଲେ କର୍ମଚାରୀ ,ଭିଡିଓ ଭାଇରଲ..

1 min read

ଚାକିରି ଛାଡ଼ିବା କାହା ପାଇଁ ଏତେ ସହଜ କଥା ନୁହେଁ। ଯଦି ଭଲ ଅଫର ରହିଥାଏ, ତେବେ ଇଚ୍ଛା ହୁଏ ଛାଡ଼ିବା ପାଇଁ। କିନ୍ତୁ ଯେତେବେଳେ ବି ଚାକିରି ଛାଡ଼ିବା ପାଇଁ ଲେଟର ବା ଚିଠି ଲେଖିବେ ସେତେବେଳେ ଅନେକ କଥା ମନକୁ ଆସିଥାଏ। ଅଧିକାଂଶ ଲୋକଙ୍କ ପାଇଁ ଏହା ଆଦୌ ସହଜ ନୁହେଁ। ବେଳେବେଳେ ପରିସ୍ଥିତି ନିୟନ୍ତ୍ରଣରୁ ବାହାରିଯାଏ।

ହେଲେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ କର୍ମଚାରୀ ଚାକିରି ଛାଡ଼ିବା ପରେ ଖୁସିରେ ବିଭୋର ହୋଇ ମାଲିକଙ୍କ ସମ୍ମୁଖରେ ନାଚୁଥିବା ଦେଖାଯାଉଛି। ଏହି ଘଟଣା ଅନେକଙ୍କୁ ଚକିତ କରିଛି। କୁହାଯାଉଛି ଯେ ମହାରାଷ୍ଟ୍ରର ପୁଣେରେ ରହୁଥିବା ଅନିକେତ ସେଲ୍ସ ବିଭାଗରେ ଏକ କମ୍ପାନୀରେ କାର୍ଯ୍ୟରତ ଥିଲେ। ଚାକିରି ତାଙ୍କୁ ପସନ୍ଦ ନ ଥିଲେ ହେଁ ବର୍ଷ ବର୍ଷ ଧରି ସେ କମ୍ପାନୀରେ ଥିଲେ। କାରଣଟି ଥିଲା ପରିବାରର ଆବଶ୍ୟକତା, ଆର୍ଥିକ ସ୍ଥିତି। ପ୍ରାୟ ୩ ବର୍ଷ ଯାଏ ଅନିକେତ ସେଠାରେ କାମ କରୁଥିଲେ। ହେଲେ ଦରମା ଭଲଭାବେ ବଢ଼ାଯାଉ ନ ଥିବାରୁ ଖୁସି ନ ଥିଲେ। ମାଲିକ ବି ତାଙ୍କର ସମ୍ମାନ କରୁ ନ ଥିଲେ। ଏମିତିରେ ଦିନେ ସେ ଚାକିରି ଛାଡ଼ିଦେବେ ବୋଲି ମନସ୍ଥ କଲେ। ଏହାପରେ ସେ ତାହା ହିଁ କରିଥିଲେ।

Advertisement

ଚାକିରି ଛାଡ଼ୁଥିବା ଦିନଟି ବେଶ ସ୍ପେଶାଲ ହୋଇଥିବାରୁ ସେ ତାଙ୍କର ବନ୍ଧୁମାନଙ୍କୁ ଟ୍ରିଟ୍‌ ଦେଇଥିଲେ। ମାଲିକଙ୍କୁ ସେ ଚାକିରି ଛାଡ଼ୁଥିବା କହିବା ପରେ ପଛରୁ ଢ଼ୋଲ ଶବ୍ଦ ଆସିଥିଲା। ପରେ ଅନିକେତ ବହୁତ ନାଚିଥିଲେ। ହେଲେ ମାଲିକଙ୍କୁ ତାହା ହଜମ ହୋଇ ନ ଥିଲା। ସେ ତାଙ୍କୁ ତୁରନ୍ତ ସେଠାରୁ ଚାଲିଯିବାକୁ କହିଥିଲେ। ତେବେ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *