Pratidin TV

Odisha's Digital News Platform

ଋାକ୍ଷସ ପାଲଟିଲା ମଣିଷ ; ଗର୍ଭବତୀ ଛେଳିକୁ କଲା ଦୁଷ୍କର୍ମ , ଯନ୍ତ୍ରଣା ସହିନପାରି ଶେଷରେ ..

1 min read

ବାଲେଶ୍ୱର : ନିଜ କାମନାକୁ ପୂର୍ଣ୍ଣ କରିବା ପାଇଁ ମଣିଷ ଘଟାଇ ବସୁଛି ଜଘନ୍ୟ ଅପରାଧ । ହରାଇବସୁଛି ମଣିଷତ୍ୱ । ଘଟାଉଛି ରାକ୍ଷସଠୁବି ନୃଶଂସ କାମ । ନିକଟରେ ଏଭଳି କିଛି ଘଟଣା ଘଟିଛି ଯାହା ଶୁଣିବା ପରେ ଆପଣମାନେ ମଧ୍ୟ ଚକିତ ହୋଇଯିବେ । ମଣିଷ ବଦଳରେ ଏବେ ଦୁଷ୍କର୍ମର ଶୀକାର ହେଉଛି ପଶୁ । ଆଜ୍ଞା ହଁ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରୁ ଆସିଛି ଏଭଳି ଏକ ଲୋମହର୍ଷକର ଘଟଣା । ଏକ ଗର୍ଭବତୀ ଛେଳିକୁ କରାଯାଇଛି ଦୁଷ୍କର୍ମ । ଯାହାର ଯନ୍ତ୍ରଣା ସହିନପାରି ଛେଳିଟି ଜୀବନ ହାରିଛି।

Advertisement

ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗରସଙ୍ଗ ଗ୍ରାମର ବିଳମ୍ବିତ ରାତିରେ ମହେଶ୍ୱର ଦାସଙ୍କ ଗର୍ଭବତୀ ଛେଳିକୁ ଦୁଷ୍କର୍ମ କରିଥିବା ନେଇ ମହେଶ୍ୱରଙ୍କ ସ୍ତ୍ରୀ ବାସନ୍ତି ଦାସ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି। ଗ୍ରାମର ବସନ୍ତ ଦାସ ମହେଶ୍ବର ଦାସଙ୍କ ଗୁହାଳ ଘରେ ପଶି ଛେଳିକୁ ଦୁଷ୍କର୍ମ କରୁଥିବା ବେଳେ ଛେଳି ରଡି ଛାଡିବାରୁ ପରିବାର ଲୋକେ ଉଠି ଥିଲେ।ପରିବାର ଲୋକେ ଗୁହାଳରେ ପହଞ୍ଚି ବସନ୍ତକୁ ଉଲଗ୍ନ ଅବସ୍ଥାରେ ଦେଖିବା ସହ ଛେଳିର ପ୍ରାଇଭେଟ ପାର୍ଟରୁ ରକ୍ତ ଶ୍ରାବ ହେଉଥିବାର ଦେଖିବାକୁ ପାଇଥିଲେ।

ପରିବାର ଲୋକେ ଗର୍ଭବତୀ ଛେଳିକୁ ଅନ୍ତରା ପଶୁ ଡାକ୍ତର ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଗର୍ଭବତୀ ଛେଳିକୁ ଦୁଷ୍କର୍ମ ହୋଇଥିବା ନେଇ ସିମୁଳିଆ ଥାନାରେ ବାସନ୍ତୀ ଅଭିଯୋଗ କରିବା ପରେ ସିମୁଳିଆ ଥାନା ଅଧିକାରୀ ଜୟନ୍ତ କୁମାର ବେହେରା ଦୁଷ୍କର୍ମକାରୀଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ଜଣା ପଡିଛି।ତେବେ ଯୁବକ ଜଣଙ୍କ ନାଁରେ ଥାନାରେ ଆଗରୁ ଏହିଭଳି କେତେଗୁଡିଏ ଅଭିଯୋଗ ଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *