Pratidin TV

Odisha's Digital News Platform

(ଭିଡିଓ)କେନ୍ଦ୍ରାପଡାରେ ଚାଞ୍ଚଲ୍ୟ : ଗୁହାଳରେ ପଶି ଛେଳି ସହ ଏଭଳି ଅମାନସିକତା କାର୍ଯ୍ୟ କଲା ଯୁବକ ..

କେନ୍ଦ୍ରାପଡା : ଡେରାବିଶ ଥାନା ତିଲଙ୍ଗ ଗାଁ ରେ ମଣିଷ ଘଟାଇଛି ପାଶବିକ କାଣ୍ଡ । ହିତାହିତ ଜ୍ଞାନ ଭୁଲିଲା ଯୁବକ ରାତି ଅଧିଆ ଗୁହାଳ ରେ ପଶି ଏକ ଛେଳି କୁ ଦୁଷ୍କର୍ମ କରିଥିବା ଅଭିଯୋଗ ରେ ଜଣେ ଗିରଫ ହୋଇଛି । ଗିରଫ ବ୍ୟକ୍ତିଙ୍କ ନାମ ଉମାଶଙ୍କର ନାୟକ(୩୦) । ଛବିଶ ତାରିଖ ରେ ଅଭିଯୋଗକାରି କବିତା ପ୍ରଧାନ ଙ୍କ ଗୁହାଳ ରେ ପଶି ତାଙ୍କ ଛେଳିକୁ ଦୁଷ୍କର୍ମ କରିଥିଲା ଉମାଶଙ୍କର ନାୟକ ।

ଅଭିଯୋଗ ପରେ ଡେରାବିସ ପୋଲିସ ଆସାମୀଙ୍କୁ ଉଠାଇ ଆଣି ତଦନ୍ତ ଜାରି ରଖିଥିଲା । ଆଜି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି । ଡେରାବିଶ ଥାନାରେ ଅଭିଯୁକ୍ତ ଉମାଶଙ୍କର ନକ୍ଷୟକ ବିରୁଦ୍ଧରେ ୧୦୨/୨୩ ରେ ମାମଲା ରୁଜ୍ଜ ହୋଇଛି । ପୋଲିସ ଅଭିଯୁକ୍ତ ଉମାଶଙ୍କର ନାୟକର ଡାକ୍ତରୀ ମକ୍ଷଇନା କରି କୋର୍ଟ ଚାଲାଣ କରିଛନ୍ତି । ଘଟଣାରୁ ପ୍ରକାଶ ଗତ ୨୬ ତାରିଖ ବିଳମ୍ବିତ ରାତିରେ ଅଭିଯୁକ୍ତ ଉମାଶଙ୍କର କବିତା ପ୍ରଧାନଙ୍କ ଗୁହାଳରେ ପଶି ତାଙ୍କ ଛେଳି ସହ ଦୁଷ୍କର୍ମ କରିଥିଲା । କବିତା ପ୍ରଧାନ ଦେଖିଦେବାରୁ ତାଙ୍କୁ ଅଭିଯୁକ୍ତ ଧମାକାଇଥିଲା ଯେ ” ଆଜି ଛେଳିକୁ ଦୁଷ୍କର୍ମ କଲି, କାଲି ତମ ଗାଈ କୁ ଦୁଷ୍କର୍ମ କରିବି । କବିତା ଭୟଭୀତ ହୋଇ ଗତକାଲି ଡେରାବିଶ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ଭିତ୍ତିରେ ଡେରାବିଶ ପୋଲିସ ଉମାଶଙ୍କରକୁ ତା ଗାଁ ରୁ ଉଠାଇ ଆଣି ଆଜି କୋର୍ଟ ଚାଲାଣ କରିଛି । ସେପଟେ ପୀଡିତା ଛେଳି କୁ ଡେରାବିଶ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସକ୍ଷ କରାଯାଇଛି । ପୀଡିତକ୍ଷ ଛେଳି ର ଆହୁରି ଟେଷ୍ଟ ପାଈଁ ତାକୁ ଭୁବନେଶ୍ୱର ଫରେନସି ଲ୍ୟାବକୁ ପଠାଯିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *