Pratidin TV

Odisha's Digital News Platform

ବର୍ଗର ଦେଲା ସ୍ୱତନ୍ତ୍ର ପରିଚୟ , ନିଜ ନାଁ ରେ କରିଦେଲେ ଗିନିଜ୍ ବୁକ୍ ରେକର୍ଡ …

ବର୍ଗର ସମସ୍ତଙ୍କ ପସନ୍ଦର ଖାଇବା । କେହି ନାଁ କେହି ବର୍ଗର ନିଶ୍ଟୟ ଖାଇଥିବେ । ହେଲେ ଆପଣ ଜୀବନ କାଳ ଭିତରେ କେତଟା ବର୍ଗର ଖାଇଛନ୍ତି ? ଯଦି ଆପଣଙ୍କୁ କେହି ଏ ପ୍ରଶ୍ନ ପଚାରନ୍ତି ତାହେଲେ । ଆପଣ ପାଖରେ ଏହାର ଉତ୍ତର ନଥିବ । କାରଣ କିଏ କେତେଟା ବର୍ଗର ତାହାର ହିସାବ ରଖି ନଥାନ୍ତି । ଖାଇବା ପରେ ସାଙ୍ଗେ ସାଙ୍ଗେ ଭୁଲି ଯାଇଥାନ୍ତି । ହେଲେ ଆମେରିକାର ୱିସ୍କୋସିନ୍ ରାଜ୍ୟରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ଜୀବନରେ କେତେ ଥର ବର୍ଗର ଖାଇଛନ୍ତି ତା’ର ଏକ ତାଲିକା ରଖି ବିଶ୍ୱ ରେକର୍ଡ କରିଛନ୍ତି । ୭୦ ବର୍ଷିୟ ଡନ୍ ଗୋର୍ସ୍କେ ଫାଷ୍ଟଫୁଡ୍ ଖାଇବାକୁ ଭଲ ପାଆନ୍ତି । ସେ ଦୀର୍ଘ ୫୦ ବର୍ଷ ହେଲାଣି ନିୟମିତ ଭାବରେ ବର୍ଗର ଖାଉଛନ୍ତି । ଆଗୁରୁ ସେ ପ୍ରତିଦିନ ୯ଟା ବର୍ଗର ଖାଉଥିଲେ , ହେଲେ ଏବେ ପ୍ରତିଦିନ ୨ଟା ବର୍ଗର ଖାଉଛନ୍ତି ।ଯେଉଁଥିପାଇଁ ତାଙ୍କ ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ଅନ୍ତର୍ଭୁକ୍ତ ହୋଇଥିଲା । ସେ ତାଙ୍କ ପୁରା ଜୀବନରେ ୩୪,୦୦ ରୁ ଅଧିକ ବର୍ଗର ଖାଇଛନ୍ତି । ବର୍ଗର ଖାଇ ବ୍ୟକ୍ତି ଜଣକ ନିଜର ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିଛନ୍ତି ।

୧୯୭୨ ମସିହାରେ ଡନ୍ ଗୋର୍ସ୍କେ ବିଗ୍ ମ୍ୟାକ୍ ବର୍ଗର ଖାଇବା ଆରମ୍ଭ କରିଥିଲେ, ଏହା ପରେ ସେ ଏହାର ରସିଦ୍ ଏବଂ ବର୍ଗର ଖୋଳଗୁଡ଼ିକୁ ପ୍ରମାଣ ଭାବରେ ସଂଗ୍ରହ କରି ରଖିଥିଲେ । ତାଙ୍କର ଏହି ବର୍ଗର ଖାଇବା ବନ୍ଦ କରିବା ପାଇଁ ତାଙ୍କ ମା ବହୁତ ଚେଷ୍ଟା କରୁଥିଲେ । କିନ୍ତୁ ତାଙ୍କର ଶତ ଚେଷ୍ଟା ବିଫଳ ହୋଇଥିଲା । ଶେଷରେ ତାଙ୍କ ମାଆ ତାଙ୍କର ଏହି ଅଭ୍ୟାସକୁ ଗ୍ରହଣ କରିନଇଥିଲେ । କିଛି ତାଙ୍କର ଏହି ଅଭ୍ୟାସକୁ ନେଇ ମଜାକ ଉଡାଉଥିବା ବେଳେ କିଛି ଲୋକ ତାଙ୍କୁ ସମର୍ଥନ ମଧ୍ୟ କରୁଥିଲେ । ଏପରିକି ତାଙ୍କ ପତ୍ନୀ ମେରି ଗୋର୍ସ୍କେ ମଧ୍ୟ ସ୍ୱାମୀଙ୍କର ଏହି ଅଦ୍ଭୁତ ଅଭ୍ୟାସକୁ ଗ୍ରହଣ କରିନେଇଥିଲେ । ଡନ୍ ଗୋର୍ସ୍କେ ଜେଲରକ୍ଷୀ ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କ ଚାକିରି ସମୟରେ ତାଙ୍କ ସହଯୋଗୀ ମାନେ ବି ତାଙ୍କର ବହୁତ ମଜାକ ଉଡାଉଥିଲେ । ସାଧାରଣତଃ ଅଧିକ ପରିମାଣର ଫାଷ୍ଟଫୁଡ୍ ଖାଉଥିବା ଲୋକଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ । କିନ୍ତୁ ଡନ୍ ଗୋର୍ସ୍କେ ଏତେ ପରିମାଣର ବର୍ଗର ଖାଇ ମଧ୍ୟ ନିଜର ଫିଟନେସକୁ ସେହିପରି ବଜାୟ ରଖିଛନ୍ତି ।

Leave a Reply

Your email address will not be published. Required fields are marked *